ସରକାରୀ ଯୋଜନା ଅପହଞ୍ଚ ଇଲାକା ପାଲଟିଛି ଟଣ୍ଡା ଡଙ୍ଗରିଆ ଗ୍ରାମବାସୀ

ରାୟଗଡ-(ଧନେଶ୍ବର ରାଉତ)- ଫେଲ୍ ମାରିଛି ସରକାରି ଯୋଜନା ,ନାମକୁ ମାତ୍ର ସରକାରି ଯୋଜନା,କୈଣସି ବି କାମରେ ଲାଗୁନି ସରକାରି ଯୋଜନା ,ସ୍ବାଧିନତା ର ୭୫ ବର୍ଷ ବିତି ଗଲେ ମଧ୍ୟ ,ଏବେବି ଲୋକେ ରାସ୍ତାଘାଟ ଅଭାବ ରୁ ଯାତାୟତା ର ଅସୁବିଧା ସମୁଖିନ ହେଉଛନ୍ତି |ଏଭଲି ଏକ ଦ୍ରୁଶ୍ୟ ଆମେ ଦେଖିବାକୁ ପାଉଛୁ ,ରାୟଗଡା ଜିଲା,ବିଷମକଟକ ବ୍କକ,ଡାଲିଆକୁଜି ପଞ୍ଚାୟତ ର ଦୁର୍ଗମ ଡଙ୍ଗରିଆ ଗ୍ରାମ ଟାଣ୍ଡା ଗ୍ରାମ ରେ,ଏଠି ସ୍ବପ୍ନ ସାଜିଛି ସରକାରି ଯୋଜନା ,ରାସ୍ତା ହେଉ ବା ଘରଦ୍ବାର ହେଉ କୈଣସି ର ବିକାସ ନାହିଁ |ଡେଲିଭେରି ରୋଗି ଠାରୁ ଆରମ୍ବ କରି ପ୍ରତ୍ୟକ ରୋଗି ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ |ଏଠି ଆବୁଲାନ୍ସ ଯିବା ସାତ ସପନ |ଖାଲି ମଣିଷ ଚାଲିବା କଷ୍ଟକର ହେଇ ପଡୁଛି |ଟାଣ୍ଡା ଗ୍ରାମବାସି ରାସ୍ତା ର ଅଭିଯୋଗ ନେଇଁ ଅନେକ ଥର ପଞ୍ଚାୟତ ଦ୍ବାରସ୍ଥ ହେଲେଣି ,ହେଲେ କୈଣସି ସୁଫଳ ମିଲୁନି |ଦିନ ପରେ ଦିନ ରାସ୍ତା ଅଧିକ ଜଙ୍ଗଳ ହେବାକୁ ବସିଲାଣି ,ହେଲେ ଏଠି ପ୍ରସାସନ ଙ୍କ ଦୁଷ୍ଟି ପଡୁନି |ଭଲ କରି ଦେଖନ୍ତୁ ଏ ଦ୍ରୁଶ୍ୟ ,ସରକାରି ଯୋଜନା ର ବାସ୍ତବ ଚିତ୍ର କେତେଦୁର କାର୍ଯ୍ୟଖ୍ୟମ |ଟାଣ୍ଡା ଗ୍ରାମବାସି ପ୍ରସାସନ ଙ୍କୁ ଜଣେଇ ଜଣେଇ ଥକି ଯାଇ ,ଗ୍ରାମବାସି ନିଜେ ଏକତ୍ରିତ ହେଇ ଟାଙ୍ଗିଆ,କଟୁରି ଧରି ରାସ୍ତା ସଫା କାର୍ଯ୍ୟ ରେ ଲାଗିପଡିଛନ୍ତି |ଏବିଷୟ କୁ କେନ୍ଦ୍ରକରି  ବିଷମକଟକ ବିଡିଓ ଆଲ୍ ବର୍ଟ ଲାକ୍ଡା କୁ ଯୋଗା ଯୋଗ କରିବାରୁ ଏମ୍ ଜି ଏନ୍ ଆର ଜିଏ ରେ କାମ ଟେକ୍ ଅଫ୍ ହେଇଛି |ଆମେ ତଲ ପାଶ୍ବ ରୁ କାମ ଆରମ୍ବ କରିଛୁ  ବୋଲି ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.