ବାଲିଆପାଳ- ବାଲିଆପାଳ ରାଧା ମଦନ ମୋହନ ମନ୍ଦିରରେ ଶନିବାର ନନ୍ଦ ଉତ୍ସବ ମହାସମାରୋହରେ ସମାପନ ହୋଇଯାଇଛି। ଶୁକ୍ରବାର ଠାରୁ ଇସ୍କନ ବୈଷ୍ଣବ ମତ ଅନୁସାରେ ଜନ୍ମାଷ୍ଟମୀ ଉତ୍ସବ ଆରମ୍ଭ ହୋଇ ଶନିବାର ନନ୍ଦ ଉତ୍ସବ ମହାଆଡମ୍ବର ସହକାରେ ମନ୍ଦିର ପରିସର ମଧ୍ୟରେ ସମାପନ ହୋଇଯାଇଛି। ସୂଚନାରୁ ପ୍ରକାଶ ଶୁକ୍ରବାର ଦିନ ସକାଳ ଆଳତୀ ପରଠାରୁ ମନ୍ଦିର ପରିସର ମଧ୍ୟରେ ଭକ୍ତ ମାନଙ୍କ ଦ୍ଵାରା ଭଜନ କୀର୍ତ୍ତନ ଆରମ୍ଭ ହୋଇ ଥିଲା। ଜନ୍ମାଷ୍ଟମୀ ବ୍ରତ ଧାରୀ ମହିଳା ପୁରୁଷ ଭକ୍ତ ମନେ ମଧ୍ୟାହ୍ନ ପଯ୍ୟନ୍ତ ରାଧା କ୍ରିଷ୍ଣ ଙ୍କ ଠାରେ ପୂଜା ଅର୍ଚ୍ଚନା କରୁଥିଲେ। ସନ୍ଧ୍ୟା ସମୟରେ ବହୁ ଭକ୍ତ ଉପସ୍ଥିତ ହୋଇ ମଧ୍ୟରାତ୍ର ପର୍ଯ୍ୟନ୍ତ ଶ୍ରୀ କ୍ରୀଷ୍ଣ କନେୟା ଙ୍କ ଜନ୍ମ ସମୟ ପଯ୍ୟନ୍ତ ଭଜନ କୀର୍ତ୍ତନ କରିଥିବା ବେଳେ ଶନିବାର ବ୍ରହ୍ମମୁହୂର୍ତ ଠାରୁ ଯଥା ନୀତି କ୍ରାନ୍ତି ରେ ସମସ୍ତ ଉପଚାର ପୂଜା ହେବା ସହିତ ମଧ୍ୟାହ୍ନ ପର୍ଯ୍ୟନ୍ତ ନାମ ସଙ୍କୀର୍ତ୍ତନ କରାଯାଇ ରାଧା ମୋହନ ଠାରେ ଦ୍ୱିପ୍ରହର ପ୍ରସାଦ ଲାଗିବା ପରେ ଉପସ୍ଥିିତ ସମସ୍ତ ଭକ୍ତ ମାନେ ରାଧା ମଦନ ମୋହନ ଙ୍କ ପ୍ରସାଦ ସେବନ କରିଥିଲେ। ମନ୍ଦିର ପ୍ରତିଷ୍ଠାତା ଡ଼ା. ହରେକୃଷ୍ଣ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଇ ଥିଲା।