୨୦ ଏମ ଏମ ବି ପିଚୁ ପଡ଼ି ନାହିଁ, ସାମାନ୍ୟ ବର୍ଷାରେ ଉପୁଡ଼ି ପଡ଼ିଛି ତେବେ ଲଗାଣ ବର୍ଷାରେ କଣ ହେବ
କଣ୍ଟାବାଞ୍ଜି/ ବେଳପଡ଼ା- ବଲାଙ୍ଗିର ଜିଲ୍ଲା ବେଳପଡ଼ାରୁ ପାଟଣାଗଡ଼ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି, ସୂଚନା ଯୋଗ୍ୟ ଯେ ଗତ ଦୁଇ ମାସ ତଳେ ପିଚୁ ପଡିଥିଲା ହେଲେ ଯେଉଁ ଭଲି ଭାବେ ପିଚୁ ପଡିବାର କଥା ତାର ଅଧା ଭାଗରେ ମଧ୍ଯ ପଡ଼ିନଥିବା କାରଣରୁ ଜାଗା ଜାଗା ପିଚୁ ଉପୁଡ଼ି ଗାତ ହୋଇ ପାଣି ଜମୁଛି, ଯାହା ଫଳରେ ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ ଅସୁବିଧା ହେଉଛି, ମଣ୍ଡଳ ଛକ ନିକଟରେ ବହୁ ଦିନରୁ ଏହି ସମସ୍ୟା ଦେଖା ଦେଇଥିଲେ ହିଁ କାହାରି ଦୃଷ୍ଟି ପଡ଼ୁ ନାହିଁ, ଏ ରାସ୍ତା ଦେଇ ବଲାଙ୍ଗିର ଜିଲ୍ଲାପାଳ ବେଲପଡ଼ା. ତୁରେକେଲା. ବଙ୍ଗୋମୁଣ୍ଡା. ମୁରିବାହାଲ ପ୍ରଭୁତି ବ୍ଲକ ଗୁଡ଼ିକକୁ ଯିବା ଆସିବା ସହ କଣ୍ଟାବାଞ୍ଜି ଏନଏସିକୁ ଏଇ କିଛି ଦିନ ତଳେ ଯାଇଥିଲେ, ତେବେ ଏହି ସବୁ ସମସ୍ୟା ଉପରେ ଦୃଷ୍ଟି ଦେଇ ପାରିଲେ ନା ନାହିଁ..? ସ୍ଥାନୀୟ ଅଧିକାରୀ ମାନେ ଠିକାଦାରଙ୍କ ସହ ମିଶି ଘୋଟାଲାକୁ ନିଜ ପକେଟରେ ରଖି ବୁଲୁଛନ୍ତି, ଯଦି ଏହି ପିଚୁରାସ୍ତାର ତଦନ୍ତ କରାଯିବ ତେବେ ବହୁ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବ, ଅନ୍ୟ ପକ୍ଷରେ ଅଳ୍ପ ବର୍ଷାରେ ବେଳପଡ଼ା ବସ୍ତି ଭିତରେ ଥିବା ମୁଖ୍ୟ ରାସ୍ତାର ଦୟନୀୟ ପରିସ୍ଥିତି ରହିଛି, ଡ୍ରେନ ପାଣି ରାସ୍ତା ଉପରେ ବହୁଛି ଓ ନିର୍ବାଚିତ ଜନପ୍ରତିନିଧି ମାନେ ଚୁପ ଚାପ ରହିଛନ୍ତି, କାହିଁକି ବିଜୟ ହାସଲ କରିଛନ୍ତି ସେ ନେଇ ନିର୍ବାଚିତ ପ୍ରତିନିଧି ମାନଙ୍କର କିଛି ଚିନ୍ତା ଧାରା ରହିଛି ନା ନାହିଁ..? କେମିତି ଜନସାଧାରଣ ସୁବିଧା ସୁଯୋଗ ପାଇପାରିବେ ସେ ସମ୍ପର୍କରେ କିଛି ଆଲୋଚନା କରୁଛନ୍ତି ନା ନାହିଁ..? ନା ଚୌକିରେ ବସିଲେ ହେଲା ବୋଲି ନିଜ କର୍ତ୍ତବ୍ୟ ସମାପ୍ତ କରିଦେଉଛନ୍ତି..? ପିଚୁ ରାସ୍ତା ନିର୍ମାଣ ବେଳେ ପିଡବ୍ଲୁଡି ବିଭାଗ ପକ୍ଷରୁ କାହିଁକି ତଦାରଖ କରାଯାଉଛି ନାହିଁ ଯେ କୌଣସି କାର୍ଯ୍ୟକୁ..? ଯଦି ସହି ସଲାମତ କାର୍ଯ୍ୟ ହୋଇଛି ତେବେ ପିଚୁ ଉପୁଡ଼ି ପାଣି କାହିଁକି ଜମୁଛି..?