ସମାଜସେବୀକା ସରସ୍ୱତୀ ମାଝୀଙ୍କୁ ମିଳିଲା ରମାଦେବୀ ସମ୍ମାନ 

ବାଲେଶ୍ଵର- ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ଡିମିରିଚୁଆ ଗ୍ରାମର ଉତ୍ତମ ଗୃହିଣୀ, ସମାଜସେବା କ୍ଷେତ୍ରରେ ଜଣେ ଶ୍ରେଷ୍ଠ ନେତ୍ରୀ ଓ ସୁ-ସଙ୍ଗଠିକା ଭାବେ ଅଞ୍ଚଳରେ ସୁନାମ ରହିଛି ଶ୍ରୀମତୀ ସରସ୍ୱତୀ ମାଝୀଙ୍କର । ଗ୍ରାମ ଠାରୁ ନିଜ ବ୍ଲକ ତଥା ପଡୋଶୀ ବ୍ଲକ ଅଞ୍ଚଳରେ ପ୍ରତ୍ୟେକ କ୍ଷେତ୍ରରେ ଯିଏ ଯେତେବେଳେ ଶ୍ରୀମତୀ ମାଝୀଙ୍କର ସାହାଯ୍ୟ ଲୋଡିଛି, ସେ ଅବିଳମ୍ବେ ସେମାନଙ୍କ ପାଖରେ ପହଞ୍ଚି ସାହାଯ୍ୟର ହାତ ବଢାଇଥା’ନ୍ତି । ଏପରିକି କେହି କେବେ ହେଲେ ଖାଲି ହାତରେ ତାଙ୍କ ନିକଟରୁ ଫେରିନଥା’ନ୍ତି । ନିଜର ସକ୍ଷମ ଅନୁସାରେ ଲୋକଙ୍କୁ ସାହାଯ୍ୟ ଓ ଶ୍ରମଦାନ କରିବାରେ ପଛଘୁଞ୍ଚା ଦେଇନଥାନ୍ତି ଶ୍ରୀମତୀ ମାଝୀ । ନିଜର ସମସ୍ତ ଗୃହସ୍ଥା କର୍ମକୁ ପରିତ୍ୟାଗ କରି ଅସୁବିଧା ସମୟରେ ଲୋକଙ୍କ ପାଖରେ ଦଣ୍ଡାୟମାନ ହୋଇ ନିଜର ସେବା କାର୍ଯ୍ୟକୁ ସାକାର କରିବାରେ ସମର୍ଥ ହୋଇଥା’ନ୍ତି । ଏଥିପାଇଁ ସମ୍ପୃକ୍ତ ଅଞ୍ଚଳବାସୀଙ୍କର ଅତି ପ୍ରିୟ । ଶ୍ରୀମତୀ ମାଝୀଙ୍କର ଏତାଦୃଶ୍ଯ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଖୋର୍ଦ୍ଧା ଜିଲ୍ଲା ଜରିପୁଟ ଠାରେ ଥିବା ସାହିତ୍ୟ ଓ ସମାଜ ସେବା ଅନୁଷ୍ଠାନ ଗୋପୀନାଥ ସେବା ସଦନର ସମ୍ପାଦକ ନୀଳାଦ୍ରି ଜଗଦ୍ଦେବ ସମ୍ବର୍ଦ୍ଧିତ କରିବା ପାଇଁ ଆହ୍ୱାନ କରିଥିଲେ । ମାତ୍ର ଏକ ଜରୁରୀ ସମାଜସେବା କାର୍ଯ୍ୟରେ ବ୍ଯସ୍ତ ଥିବାରୁ ଗତ ତା ୧୯/୮/୨୨ ରିଖ ନନ୍ଦୋତ୍ସଵ ଉପଲକ୍ଷେ ଅନୁଷ୍ଠିତ ସାରସ୍ୱତ ସଭାକୁ ଯାଇପାରି ନଥିଲେ । କିନ୍ତୁ ଅନୁଷ୍ଠାନ ଶ୍ରୀମତୀ ମାଝୀଙ୍କୁ ” ରମାଦେବୀ ସମ୍ମାନ ” ରେ ସମ୍ମାନିତ କରିଥିବା ମାନପତ୍ରଟିକୁ ପଠାଇ ଦେଇଥିଲେ । ଉକ୍ତ ଅନୁଷ୍ଠାନର ଜଣେ ସାରସ୍ୱତ ସାଧକ ତଥା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ହସ୍ତଗତ ହେବା ପରେ ଶ୍ରୀମତୀ ମାଝୀଙ୍କ ଘରକୁ ଯାଇ ମିଳିଥିବା ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରିଛନ୍ତି । ଏବଂ ସାରସ୍ୱତ ସାଧନା, ସମାଜସେବା, ଗୃହସ୍ଥା ଧର୍ମ ଓ ସଂଗଠିକା ଭାବେ ନିଜର କାର୍ଯ୍ୟ ସୁଚାରୁ ରୂପେ ସମସ୍ତଙ୍କୁ ପ୍ରଦାନ କରି ସୁନାମକୁ ଆହୁରି ଆଗକୁ ଆଗେଇ ନେବାକୁ ପରାମର୍ଶ ଦେଇ ଚଲାପଥ କୁସୁମିତ ନିମନ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.