ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର ଭୁବନେଶ୍ୱର ତରଫରୁ ପାଣି ଘେରରେ ଥିବା ପିପିଲି ବ୍ଳକ ର ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ପିପିଲି- ଓଡ଼ିଶା ର ମହାନଦୀ ଓ ଏହାର ବିଭିନ୍ନ ଶାଖା ନଦୀ ମାନଙ୍କରେ ସଂପ୍ରତି ଭୀଷଣ ବନ୍ୟା ହେବାପରେ ଜଳବନ୍ଦୀ ରେ ଥିବା ହଜାର ହଜାର ଲୋକ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି।ଓଡ଼ିଶା ଇଣ୍ଟରନାସନାଲ ସେଣ୍ଠର, ଭୁବନେଶ୍ୱର, ଏକ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ହିସାବରେ ଏହା ର ସାମାଜିକ ପ୍ରତିବଦ୍ଧତା ଓ କର୍ତ୍ତବ୍ୟ ସମ୍ବନ୍ଧରେ ଆମେ ସମସ୍ତେ ସଚେତନ ଓ ସେଥିପାଇ ବନ୍ୟା ଘେରରେ ଥିବା ବିପନ୍ନଙ୍କୁ ସମୟୋଚିତ ସହାୟତା ପାଇଁ  ପିପିଲି ବ୍ଳକ ଅନ୍ତର୍ଗତ କଣ୍ଟି ଗ୍ରାମରେ ଜଳବନ୍ଦୀ ରେ ଥିବା ୭୦୦/୮୦୦ ବନ୍ୟା ବିପନ୍ନଙ୍କୁ ଆଜି ଶନିବାର ତା ୨୦.୦୮.୨୦୨୨ ରିଖ ଗୋଟିଏ ଦିନ ପାଇଁ ମଧ୍ୟାହ୍ନ ରେ  ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଦଳେଇ, ସହଯୋଗୀ ସୋମନାଥ ବାରିକ ଓ ଗ୍ରାମର ସ୍ଵେଛାସେବୀ  ଙ୍କ ସହାୟତାରେ ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର ତରଫରୁ ରନ୍ଧାଖାଦ୍ୟ  ବଣ୍ଟନ କରାଯାଇଛି। ଓଡ଼ିଶା ଇଣ୍ଟରନାସନାଲ ସେଣ୍ଠର ର ସମସ୍ତ କର୍ମକର୍ତ୍ତା ଓ ସଭ୍ୟା/ସଭ୍ୟ ଉପସ୍ଥିତ ରହି ଏହି ସାମାଜିକ କାର୍ଯ୍ୟକ୍ରମ କୁ ସଫଳ ରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ। ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର ର ପରିଚାଳନା ଟ୍ରଷ୍ଟି   ଶ୍ରୀ ଭାବଗ୍ରାହୀ ଶାନ୍ତି, ବରିଷ୍ଠ ଟ୍ରଷ୍ଟି କୁମୁଦିନୀ ପଣ୍ଡା, ସଭାପତି ଶ୍ରୀଯୁକ୍ତ ରତିକାନ୍ତ ପାଢ଼ୀ, ସାଧାରଣ ସମ୍ପାଦକ ଶ୍ରୀ ଉଦୟ କୁମାର ଶାନ୍ତି, ଗଦାଧର ବରାଳ,ବନଯୋସ୍ନା ପାଢ଼ୀ, ସତ୍ୟ ସୁନ୍ଦର ପଣ୍ଡା, ବାସନ୍ତୀ ତ୍ରିପାଠୀ, କିଶୋର ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ ବିଦ୍ୟାଧର,ବଟକ୍ରୁଷ୍ନ  ବାରିକ,ଦୀନବନ୍ଧୁ ନାୟକ,  ବୁଟୁ ବକ୍ସି , ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସୁଦର୍ଶନ ପ୍ରଧାନ ପ୍ରମୁଖ, ଏହି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିବାରେ ସହଯୋଗ କରିଥିଲେ।  

 ଶେଷ ରେ ପରିଚାଳନା ଟ୍ରଷ୍ଟି ଭାବଗ୍ରାହୀ ଶାନ୍ତି ଏବଂ ସଭାପତି ରତିକାନ୍ତ ପାଢ଼ୀ ଏହି କାର୍ଯ୍ୟକ୍ରମ କୁ ସଫଳ ହେବାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାହାଯ୍ୟ ଓ ସହଯୋଗ କରିଥିବା ହାଇଟେକ୍ ପ୍ଲାଜା ର ସାଇଟ୍ରଷ୍ଟ, ଦକ୍ଷତା ମହିଳା କ୍ଳବ ଏବଂ ଅନ୍ୟ ସମସ୍ତ ଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ।

Leave A Reply

Your email address will not be published.