ଝାଡ଼ାବାନ୍ତିରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ, ଭୟ ର ମହୋଲ

ରାୟଗଡ- ରାୟଗଡ ଜିଲ୍ଲା କାଶୀପୁର ବ୍ଲକ କୁ ପୁଣି ଫେରିଛି ଝାଡ଼ା ବାନ୍ତି।୨  ସପ୍ତାହ ବିରତି ପରେ ପୁଣି ଏକ ମହିଳା ଝାଡ଼ାବାନ୍ତିରେ ମୃତ୍ୟୁ ହେଇଥିବା ଖବର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। କାରଣ ଗତ ୨ ମାସ ହେଲା ଟିକିରି ଅଛଳର ପ୍ରାୟ ଦଶଟି ଗ୍ରାମର ଲୋକ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହେଇ ଶତାଧିକ ରୋଗୀ ଆକ୍ରାନ୍ତ ହେଇ ତନ୍ମଧ୍ୟରୁ ୧୨ ଜଣ ପ୍ରାଣ ହରାଇଥିଲେ। ତତ୍ ସଂଗେ ସଂଗେ ପଡ଼ୋଶୀ ବ୍ଲକ କଲ୍ୟାଣସିଙ୍ଘପୁର କୁ ବ୍ୟାପି ସିକରପାଇ ଡାକ୍ତର ଖାନାରେ ଚିକିତ୍ସିତ ହେଇଥିବାର ଖବର ରହିଛି ଆଉ ଜଣଙ୍କର ମୃତ୍ୟୁ ହେଇଥିବା ଜଣାପଡିଛି। ପୁନଃ ସେହି ବ୍ଲକର ଟିକିରି ବ୍ଳକ ଅନ୍ତର୍ଗତ ହାଡ଼ିଗୁଡ଼ା ପଞ୍ଚାୟତର ଘୁଗୁପୁଟ ଗ୍ରାମର ସଲାଇମାଝି ନାମକ  ମହିଳାଙ୍କୁ ଝାଡାବାନ୍ତିରେ ଗୁରୁତ୍ୱର ଅବସ୍ଥାରେ ତାଙ୍କୁ ପ୍ରଥମେ ଗୋରଖପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରକୁପଠା ଯାଇଥିଲା ଟିକିରି ସ୍ୱାସ୍ଥ୍ୟନ୍ଦ୍ରରେ ମୃତ୍ୟୁ ହୋଇଛି  । ଏହି ଝାଡ଼ ବାନ୍ତି କୁ ରୋକିବା ପାଇଁ ପ୍ରଶାସନ ର ନାକେ ଦମ ହେଇଥିଲା ବହୁ କଷ୍ଟରେ ନିୟନ୍ତ୍ରଣ କରାଯାଇଥିବା ବେଳେ ପୁଣି ଏହି ଖବର ପାଇ ପ୍ରଶାସନ କଣ ସ୍ଥାନୀୟ ଲୋକ ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି

Leave A Reply

Your email address will not be published.