ପାଟଣାଗଡ଼-ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ ହୋଇଥିବା ବେଳେ ସ୍ୱାମୀ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ! ସୂଚନାନୁଯାୟୀ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଳପଡା ଥାନା ଡେବ୍ରିପାଲି ଗାଁରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ ! ଭକ୍ତ ନାଏକ (୪୫) ଓ ତାଙ୍କ ସ୍ତ୍ରୀ ଯଶୋଦା( ବେଳମତି) ନାଏକ (୪୦) ନିଜ କପା କିଆରିରେ ସ୍ବାମୀ ସ୍ତ୍ରୀ ଦୁହେଁ କାଠ କରୁଥିବା ସମୟ କୌଣିସି କଥା କୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇ ଝଗଡ଼ା ହୋଇଥିଲା ! ଭକ୍ତ ନାଏକ ଉତକ୍ଷିତ ହୋଇ ଟାଙ୍ଗିଆରେ ନିଜ ସ୍ତ୍ରୀକୁ ହାଣି ହତ୍ୟା କରି ପରେ ନିଜେ ଗଛରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବି ସୂଚନା ମିଳିଛି । ହତ୍ୟାକାଣ୍ଡ କାରଣ ଅସ୍ପଷ୍ଟ ! ବେଲପଡା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତ୍ ଦେହକୁ ଠାବ କରି ତଦନ୍ତ କରୁଥିବା ଜଣାପଡିଛି । ମୃତକ ଙ୍କ ଦୁଇ ପୁଅ ବିକାଶ ନାଏକ (୧୯)ଏବଂ ସାନ ପୁଅ ଆକାଶ ନାଏକ ସେମାନେ ବର୍ତ୍ତମାନ ଅସହାୟ ହୋଇପଡିଛନ୍ତି ।