ରାୟଗଡ- ଗତକାଲି ସୋମବାର ଦିନ ରାଣୀପଦର ଗ୍ରାମବାସୀ ସ୍ବେଛାସେବୀ ସଂଗଠନ ସେବା ସେନାର ପ୍ରତିଷ୍ଠାତା ସନ୍ତୋଷ କୁମାର ବଛା ଙ୍କ ନେତୃତ୍ୱରେ କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ କୁ ଆସି ଗାଁର ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ବଳରାମ ପାତ୍ର ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଉକ୍ତ ଅଭିଯୋଗ ପତ୍ର ଗ୍ରହଣ କରି ଶ୍ରୀ ପାତ୍ର ବିଭାଗୀୟ ଅଧିକାରୀଙ୍କୁ ଡାକି ଆଲୋଚନା କରି ଯଥା ସମ୍ଭବ ସହଯୋଗ ଯୋଗେଇ ଦେବାକୁ ଆଶ୍ୱାସନା ଦେଇଥିଲେ ଆଉ ଆଜି ଦାବୀପତ୍ରକୁ ଗୁରୁତ୍ବ ସହ ନେଇ ଲୋକଙ୍କ ଦୁଃଖ ଘଟଣା ସ୍ଥଳକୁ ଯାଇ ନିଜେ ବୁଝିବା ପାଇଁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ବଳରାମ ପାତ୍ର ରାଣୀ ପଦର ଗାଁକୁ ଆସି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିଥିଲେ। ପ୍ରକାଶ ଥାଉ କି ଗତ କିଛି ଦିନ ତଳେ ଲଗାଣ ବର୍ଷାରେ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତ ର ରାଣୀପଦର ଗାଁରେ ଦୟନୀୟ ଅବସ୍ଥା ଦେଖିବାକୁ ମିଳିଥିଲା। ଲଗାଣ ବର୍ଷା ହୋଇଥିବା ବେଳେ ବର୍ଷା ପାଣି ଘର ଭିତରୁ ପସି ଆସିବା ସହ ଘର ଭିତରୁ ବି ଝର ବାହାରି ଲୋକଙ୍କ ଘର କାନ୍ଥ ଉଦା ହୋଇ ଯାଇଥିଲା। କେତେବେଳେ ଏହା ପଡ଼ିଗଲେ ପ୍ରାଣ ଚାଲିଯିବା ଭୟରେ ଲୋକ ନିଜ ଘର ଛାଡ଼ି ଗାଁ ରେ ଥିବା ଗୋଟିଏ ଛାତ ଘରେ ଆଉ କିଛି ଜଣ ବାରଣ୍ଡାରେ ଆଶ୍ରୟ ନେଉଥିବା ବେଳେ ରୋଷେଇ ବାସ ଘରେ ନ କରି ପାରି ଘର ବାହାରେ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଗାଁ ଠାରୁ ଅନ୍ୟତ୍ର ଯିବାକୁ ହେଲେ ଗାଁ ନିକଟସ୍ଥ ଏକ ନାଳ ଅତିକ୍ରମ କରି ଯିବାକୁ ପଡୁଛି ତାହାବି ବର୍ଷା ଦିନ ଆସିଲେ ନାଳ ପାଣି ବଢ଼ିଗଲେ ଲୋକ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଇ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେଲା ପରେ ବି ପ୍ରଶାସନ ର ସହଯୋଗ ନ ମିଳିବା ପରେ ଗତକାଲି ଗ୍ରାମବାସୀ ନିଜେ ସ୍ବେଛାସେବୀ ସଂଗଠନ ସେବା ସେନା ର କର୍ମକର୍ତ୍ତା ଙ୍କ ସହ ମିଶି କାର୍ଯ୍ୟାଳୟ କୁ ଆସି ଦାବୀପତ୍ର ପ୍ରଦାନ କରିଥିଲେ ଆଉ ଆଜି ଏବିଡ଼ିଓ ମହାଶୟ ଙ୍କ ରାଣୀ ପଦର ଗାଁକୁ ଗ୍ରସ୍ତ ପରେ ଗାଁ ଲୋକ ଖୁସି ପ୍ରକଟ କରିଛନ୍ତି। ଏହି ଗ୍ରସ୍ତ ସମୟରେ ଶ୍ରୀ ପାତ୍ର ଙ୍କ ସହ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଗନ ପାଲକା, ଜି ଆର୍ ଏସ ତପନ ଗୌଡ଼, ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ ସ୍ବେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ।