ବିଦ୍ୟାଳୟ ମୁଖ୍ୟ ଫାଟକ ତାଲାରେ ଏମ ସିଲ ଅଠା ବୋଳିଲେ ଦୁର୍ବୁତ୍ତ

               ବରୀ- ବରୀ ବ୍ଲକ ଅନ୍ତର୍ଗତ ନାଥପୁର ନବୀନ ଚନ୍ଦ୍ର ବିଦ୍ୟାଳୟ ମୁଖ୍ୟ ଫାଟକ ଏକଯାଇଥିବା ତାଲାରେ ଏମ ସିଲ ଅଠା ବୋଳି ଦେଇଛନ୍ତି ଦୁର୍ବୁତ୍ତ l ଖବର ରୁ ପ୍ରକାଶ ଯେ ସବୁଦିନ ଭଳି ସ୍କୁଲ ଛୁଟି ହେବା ପରେ କର୍ମଚାରୀ ମାନେ ବିଦ୍ୟାଳୟ ଫାଟକ ବନ୍ଦ କରି ତାଲା ପକାଇ ଚାଲି ଯାଇଥିଲେ l ସୋମବାର ଦଶଟା ସମୟରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନେ ଫାଟକ ନିକଟରେ ପହଞ୍ଚି ଦେଖନ୍ତି ତ କେହି ଦୁର୍ବୁତ୍ତ ଫାଟକ ତାଲାରେ ଏମ ସିଲ ଅଠା ଭର୍ତି କରି ଦେଇଛି କର୍ମଚାରି ମାନେ ଅନ୍ୟ ଉପାୟ ନ ପାଇ ଶେଷରେ ବିଦ୍ୟାଳୟ କମିଟି ମୁଖ୍ୟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ l ସ୍କୁଲ କମିଟି ସଭାପତି ଙ୍କ କହିବା ଅନୁଯାୟୀ ପୂର୍ବରୁ ବିଦ୍ୟାଳୟ ଫାଟକକୁ କେହି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା ସନ୍ଧ୍ୟା ପରେ ଏଠାରେ ଆସାମାଜିକ ବ୍ୟକ୍ତିଙ୍କ ଆସର ଜମୁଛି l

Leave A Reply

Your email address will not be published.