ବିଷଧର ନାଗସାପ କାମୁଡ଼ାରେ ଜଣେ ମୁତ୍ୟ

ରାୟଗଡ- ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଗୁମେଟ ଗୁଡା ପଞ୍ଚାୟତର ଅମ୍ବାଦଲା ଥାନା ଅନ୍ତର୍ଗତ ଗ୍ରାମ ସାନ ପାଙ୍ଗଡି ଗ୍ରାମର ଧନଶିରି ଜାକାସିକା ଆମ୍ବାଦଲା ଥାନରେ ଦାଦା ପୁଅ ଭାଇ ସାପ କାମୁଡାର ମୁତ୍ଯ ହୋଇଥିବା ଥାନାରେ ଏକ ଲିଖିତ ଅଭିଯୋଗ ଜଣାଇ ଛନ୍ତି। ତାଙ୍କ କହିବା ଅନୁଯାୟୀ 23/08/022 ରିଖ ସନ୍ଧ୍ୟା 6 ଘଣ୍ଟା  ସମୟରେ ସେ ନିଜର ଚାଷ କାମ ଶାରି ନାଳରୁ ଗାଧୋଇ ଘରକୁ ଫେରୁଥିବା ସମୟରେ ସାନ ପାଙ୍ଗଡି ଗ୍ରାମ ହରିଜନ ସାହିର ଛକ ବା ଥଲିଆ ଙ୍କ ଘରପଛ ପାଖରେ ଏକ ବିଶଧର ସାପ ନାଗସାପ କାମୁଡି ଦେଇଥିଲା ବୋଲି କହିଛନ୍ତି। ତାଙ୍କ ସମ୍ପର୍କୀୟ ଗଣପତି ଜାକାସିଖା 38  ଲତକ ଜାକାସିକା ଚିକିତ୍ସା ନିମେନ୍ତ ଗୋଷ୍ଟି ସ୍ଵାସ୍ଥ୍ଯ କେନ୍ଦ୍ର ମୁନିଗୁଡାକୁ ନେଇ ଆସିଥିଲେ। ଡାକ୍ତର ଖାନାକୁ ପହଁଚିବା ବେଳକୁ ବହୁ ଡେରି ହେଇଯାଇଥିଲା ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ସେଠାରେ ତାଙ୍କୁ  ଦେଖି  ଡାକ୍ତର ତାଙ୍କୁ ମୂତ୍ଯ ଘୋଷଣା କରିଥିଲେ। ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସେ ଜଣେ ଚାଷୀ ଥିଲେ ତାଙ୍କ ପରିବାରରେ ଜଣେ ମାତ୍ର ରୋଜଗାର କରିବା ଲୋକ ଥିଲେ ତେଣୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଯଦି କିଛି ସରକାରୀ ସହାୟତା ଯୋଗାଇ ଦିଆଯାଇଥାନ୍ତା ତାହେଲେ ପରିବାର ଉପକୃତ ହୋଇ ପାରନ୍ତେ।

Leave A Reply

Your email address will not be published.