ସଂଗ୍ରାମୀ ସ୍ୱର୍ଗତ ବୀରବର ରଥଙ୍କ ୧୦୭ ତମ ଜୟନ୍ତୀ

ବରୀ- ବରୀ ଅଂଚଳର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ,ତଥା ଗାନ୍ଧୀ-ବିନୋବା ବିଚାରର ମଣିଷ ସ୍ୱର୍ଗତ ବୀରବର ରଥ ୧୯୧୫ ମସିହାରେ ଧାରପୁର ଗ୍ରାମର ଏକ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରି ୧୯୩୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ବିଦ୍ୟାଳୟ ପରିତ୍ୟାଗକରି ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିବା ସହ ଦୁଇ ଦୁଇ ଥର ଜେଲ ଯାଇଥିଲେ ଓ ପରବର୍ତ୍ତୀ ସମୟରେ ଗାନ୍ଧୀ ବିଚାରକୁ ଜୀବନର ଶେଷ ପର୍ଯ୍ୟନ୍ତ ବଜାଇ ରଖିଥିଲେ । ଏହି ମହାନ ବ୍ୟକ୍ତିଙ୍କର ୧୦୭ ତମ ଜୟନ୍ତୀ ଉତ୍ସବ ଗୋପବନ୍ଧୁ ରମାଦେବୀ ଆଶ୍ରମ ଆନୁକୁଲ୍ୟରେ ଧାରପୁର ସ୍ଥିତ ବୀରବାବୁଙ୍କ ପ୍ରତିମୂର୍ତ୍ତୀ ସ୍ଥଳରେ ଅବସର ପ୍ରାପ୍ତ ଶିକ୍ଷକ କାର୍ତ୍ତୀକ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଆଶ୍ରମର ସଂପାଦକ ନିମାଇଁ ରାୟ କାର୍ଯ୍ୟକ୍ରମକୁ ସଂଚାଳନ କରିବା ସହ ତାଙ୍କର ବିବରଣୀ  ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କ ସହ ଆଶ୍ରମ ତରଫରୁ ସୀତାରାଣୀ ଦେଓ , ଇନ୍ଦୁମତୀ ସାହୁ , ସ୍ଥାନୀୟ ବିଦ୍ୟାଳୟର ରେଣୁବାଳା ପ୍ରଧାନ ଓ ଦିବାକର ଜେନା ପ୍ରମୁଖ  ନିଜର ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ଆସି ପ୍ରତିମୂର୍ତ୍ତୀରେ ମାଲ୍ୟାାର୍ପଣ କରିଥିଲେ । ମୁଖ୍ୟ ଅତିଥି  ଜଗତସିଂହପୁରର ପ୍ରଖ୍ୟାତ ଗାନ୍ଧୀବାଦି ଗୈାରାଙ୍ଗ ଚରଣ ଦାସଙ୍କର ନାତି  ସର୍ବୋଦୟ ବିଚାରକ ପ୍ରଶାନ୍ତ କୁମାର ଦାସ , ସମ୍ମାନୀତ ଅତିଥି ସାରସ୍ୱତ ସାଧକ ନିକୁଞ୍ଜ ବିହାରୀ ଭଞ୍ଜ ,ପଣ୍ଡିତ ବେଣୁଧର ପତି , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଦାସ ପ୍ରମୁଖ ନିଜ ନିଜ ବ୍ୟକ୍ତବ୍ୟରେ ବୀରବାବୁଙ୍କର ସମାଜ ପ୍ରତି ଅବଦାନ ସମ୍ପର୍କରେ ଅଭିମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁକଦେବ ସାହୁ , ଗୋପବନ୍ଧୁ ଦାସ, ଜିଲ୍ଲାପରିଷଦ ସଦସ୍ୟ ଅଶୋକ କୁମାର ସାମଲ, , ଡ. ନିରଂଜନ ସାହୁ , ଗୀତିକାର ଦିଲ୍ଲିପ କୁମାର ଜେନା, ଗୋପାଳ କୃଷ୍ଣ ରଥ, କାଞ୍ଚନ ଜେନା ,ବଳରାମ ପଣ୍ଡା,ବିଦୁଲତା ଜେନା, ଶରତ କୁମାର ଜେନା, ସମୀର ପାଣି , ମକର ଚରଣ ଘଡେଇ,କର୍ଣ୍ଣ ଚନ୍ଦ୍ର ଘଡାଇ, ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖିଥିଲେ । ସର୍ବୋଦୟ କର୍ମୀ  ରମାକାନ୍ତ ମଣ୍ଡଳ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବସନ୍ତ ଭୂୟାଁ, ଅଭିରାମ ଦାସ, ବିଜୟ ଜେନା,ଗିରିନ୍ଦ୍ର ପତି ,ଗୁରୁଚରଣ ପତି ପ୍ରମୁଖ ସହଯୋଗ କରିଥିଲେ l ଯାଜପୁର ବରୀ ରୁ ଚୈତନ୍ୟ ଜେନାଙ୍କ ରିପୋର୍ଟ ଶକ୍ତି ଟି ଭି

Leave A Reply

Your email address will not be published.