ବାରିପଦା- ଆଜି ମୟୁରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏକ ଏତଲା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦିଆଯାଇଛି। ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଜିଲ୍ଲାର ବିଭିନ୍ନ ବ୍ଲକରେ କାନ୍ଥପଡି ଓ ବର୍ଷା ଜନିତ ଦୁର୍ଘଟଣା ରେ ୬ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଅବହେଳା ସହିତ ଦାୟିତ୍ୱହୀନତାର ପରିଣାମ ବୋଲି ଦୋଷ ଲଦିଛି ବିଜେପି। ତେବେ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ଦୂର୍ନୀତି କରି ଠିକ୍ ଭାବରେ ଠିକ ହିତାଧିକାରୀଙ୍କୁ ପକ୍କାଘର ବଣ୍ଟନ କରି ନଥିବାରୁ ଏଭଳି ଦୁର୍ଘଟଣା ଘଟିବା କଥା କହିଛି ବିଜେପି। କେବଳ ସେତିକି ନୁହେଁ ଏସ.ଆର.ସି ଙ୍କ ଚେତାବନୀ ସତ୍ତ୍ୱେ ପ୍ରଶାସନ ଠିକ ଭାବରେ ବର୍ଷା ଓ ବନ୍ୟା କ୍ଷୟକ୍ଷତିକୁ ରୋକିବାରେ ବିଫଳ ହୋଇଛି। ତେଣୁ ସରକାରଙ୍କ ମୁଖ୍ୟ ଭାବରେ ମୂଖ୍ୟମନ୍ତ୍ରୀ ଓ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ସମ୍ପୃକ୍ତ ଅଧିକାରୀଙ୍କ ନାମରେ ଆଜି ବିଜେପିର ଏକ ପ୍ରତିନିଧି ଦଳ ମୟୁରଭଞ୍ଜ ଏସ.ପି.ଙ୍କ ପାଖରେ ଏତଲା ଦେଇଥିବା ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ କହିଛନ୍ତି। ବିଜେପିର ଏହି ଏତଲା କୁ ଗ୍ରହଣ କରିଛନ୍ତି ମୟୁରଭଞ୍ଜ ଏସ.ପି ରିଷିକେଶ ଡି. ଖିଲାରୀ।