ଲମ୍ବୋଦର ମାହାନା ଜିଲ୍ଲା କୈବର୍ତ୍ତ ମହାସଭାର ସଭାପତି ମନୋନୀତ

ବାଲିଆପାଳ- ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତ ଚୌଧୁରୀକୁଦ ଗ୍ରାମର ଯୁବନେତା ତଥା ମଧୁପୁରା ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଲମ୍ବୋଦର ମାହାନା  ଜିଲ୍ଲା କୈବର୍ତ୍ତ ମହାସଭାର ସଭାପତି ଭାବେ ମନୋନୀତ ହୋଇଛନ୍ତି। ଚାଳିତ ମାସ ୨୧ତାରିଖ ଦିନ ବରଗଡ଼ ଜିଲ୍ଲା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ୫ମ ସାଧାରଣ ଅଧିବେଶନ ରେ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ତାଙ୍କ ନାମ ଘୋଷଣା କରିଛନ୍ତି।ଜିଲ୍ଲା ସଭାପତି ଭାବେ ଶ୍ରୀଯୁକ୍ତ ମାହାନା ୫ବର୍ଷ ତାଙ୍କର କାର୍ଯ୍ୟ ସମ୍ପାଦନ କରିବେ।କୈବର୍ତ୍ତ ସମ୍ପ୍ରଦାୟର ଉନ୍ନତି ପାଇଁ ସେ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି।କୈବର୍ତ୍ତ ମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ସେ ମଧ୍ୟ କାର୍ଯ୍ୟ କରିବେ ବୋଲି କହିଛନ୍ତି।କୈବର୍ତ୍ତ ସମାଜର ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଶ୍ରୀ ମାହାନା ନିଜକୁ ଜଣେ ସେବକ ବୋଲି କହିଛନ୍ତି।ଖୁବ ଶୀଘ୍ର ବାଲିଆପାଳ ଠାରେ କୈବର୍ତ୍ତ ମହା ସଭାର ଏକ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସେ ମଧ୍ୟ କହିଛନ୍ତି।ଶ୍ରୀ ମାହାନାଙ୍କୁ ଏହି ଅବସରରେ ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ସୁଧୀର କୁମାର ଖଣ୍ଡା ,ରାଜ୍ୟ କାର୍ଯ୍ୟ କାରୀ ସଭାପତି ମନୋଜ କୁମାର ବେହେରା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.