ସନ୍ତାନ ଛାଡ଼ି ଚାଲି ଯାଇପାରନ୍ତି କିନ୍ତୁ ବୃକ୍ଷ ଟିଏ ସେବା କରିଥାଏ : ବିଧାୟିକା ବରୀ

ବରୀ- ବାଲିଆ ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ପରମାନନ୍ଦପୁର ଗ୍ରାମର ମା ବଣ ବିମ୍ବଳି ପଡିଆଠାରେ ନହଣ କୃଷି ସମବାୟ ସମିତି ସଭାପତି ଅଭିନ୍ନ କୁମାର ଜେନାଙ୍କ ସଭାପତିତ୍ୱରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତୀ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ଗୋଟିଏ ଗଛ କୋଟିଏ ଲୋକଙ୍କ ସେବା କରିଥାଏ ବୋଲି କହିବା ସହ ବାଲିଆ ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଛାତ୍ର, ଯୁବ ଓ ମହିଳାଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ 

ଜିଲ୍ଲା ପରିଷଦ ସଭ୍ୟ ତଥା ବରୀ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ଅଶୋକ କୁମାର ସାମଲ, ବ୍ଲକ୍ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଜୋତ୍ସାରାଣୀ ନାଥଶର୍ମା, ବରୀ ବ୍ଲକ୍ ଭାରାପ୍ରାପ୍ତ ବିଡ଼ିଓ ମହେଶ୍ୱର ସେଠୀ, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ସ୍ଥାନୀୟ ସରପଂଚ ରେବତୀ ଜେନା, ସମିତି ସଭ୍ୟ ମାନସୀ ଦାସ, ପୂର୍ବତନ ସମିତିସଭ୍ୟ ପ୍ରଦିପ ଘଡାଇ, ଧାରପୁର ସରପଞ୍ଚ କୁନା ମଲିକ, ସମିତିସଭ୍ୟ ଶ୍ରୀଧର ସେଠୀ, ଇଶାଣପୁର ସମିତି ସଭ୍ୟ ଚିନ୍ତାମଣୀ ଜେନା, ସ୍ୱାଇଁଖଣ୍ଡ ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ ପ୍ରମୁଖ ଯୋଗ ଦେଇ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ବଳ । ସବୁ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଦଳ ତାର ୨୫ ବର୍ଷ ପୂର୍ତ୍ତୀ ପାଳନ କରୁଥିବାରୁ ବୃକ୍ଷରୋପଣ ଓ ରକ୍ତଦାନ ଉପରେ ଗୁରୁତ୍ୱ ଦେଇଆସୁଛି । ତେଣୁ ଆମେମାନେ ବୃକ୍ଷରୋପଣ ସହ କିଭଳି ଭାବେ ଅଧିକରୁ ଅଧିକ ରକ୍ତ ଦାନ କରାଯାଇ ଜୀବନ ରକ୍ଷା କରାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । 

କାର୍ଯ୍ୟକ୍ରମର ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ଉପସଭାପତି ଆର୍ତ୍ତବନ୍ଧୁ ସାମଲ, ବିଜେଡି କାର୍ଯ୍ୟକର୍ତ୍ତା ହରିହର ପଣ୍ଡା, ଅରବିନ୍ଦ ମହାନ୍ତି, ବିଶ୍ୱମ୍ବର ଜେନା, ଦୁର୍ଯୋଧନ ଦଳାଇ, ଉପେନ୍ଦ୍ର ସାହୁଙ୍କ ସମତେ ବହୁ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ଯୁବ, ଛାତ୍ର ଓ ମହିଳା ବିଜେଡି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ଯୁବ ସମାଜସେବୀ ପ୍ରଦୀପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । 

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶତାଧିକ ମହିଳାମାନେ ଏକ ବିରାଟ ଶୋଭାଯାତ୍ରା ବିଧାୟିକା ଓ ଅନ୍ୟାନ୍ୟ ଅତୀଥିମାନଙ୍କୁ କାର୍ଯ୍ୟକ୍ରମ ନିକଟକୁ ପାଛୋଟି ନେଇଥିଲେ । ଗସ୍ତ ସମୟରେ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମିତ ଧାନ ଖଳାର ଉଦ୍‌ଘାଟନ କରିଥିଲେ ।

Leave A Reply

Your email address will not be published.