୧୭ ବର୍ଷ ପରେ ଯୋଖିପାଲି ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ନିଯୁକ୍ତ:ଦିବସଙ୍କ ପ୍ରାୟସକୁ ପ୍ରଶଂସା

 ପଦ୍ମପୁର- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଶିକ୍ଷକ ତଥା ସ୍ୱେଚ୍ଛାସେବୀଙ୍କ ଉଦ୍ୟମରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ  ଯୋଖିପାଲିରେ ଦୀର୍ଘ ସତର ବର୍ଷ ହେଲା ଖାଲି ପଡ଼ିଥିବା ବିଜ୍ଞାନ ଶିକ୍ଷକ ପଦବୀ ପୂରଣ ହୋଇଛି. ଏଠାରେ ସୂଚନା ଯୋଗ୍ୟ ଯେ ପଞ୍ଚାୟତ ହାଇସ୍କୁଲ୍ ଯୋଖିପାଲି ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସାମିଲ ହୋଇଛି. ଏଠାରେ ବିଜ୍ଞାନଗାର ମଧ୍ୟ ତିଆରି କରାଯାଇଛି. ବିଜ୍ଞାନ ଶିକ୍ଷକ ଅଭାବରୁ ବିଜ୍ଞାନଗାର କାର୍ଯ୍ୟକାରୀ ହୋଇପାରୁନଥିଲା. ଦିବସ କୁମାର ସାହୁ ଉକ୍ତ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲାପରେ ଲଗାତାର ଏହି ସ୍କୁଲର ଉନ୍ନତିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି. ଏହା ଏକ ବ୍ଲକ ଗ୍ରାଣ୍ଟ ସ୍କୁଲ ହେଇଥିବାରୁ ଶିକ୍ଷକ ନିଯୁକ୍ତି ହୋଇପାରୁ ନାହିଁ ତେଣୁ ଏଠାରେ ଶିକ୍ଷକ ନିଯୁକ୍ତି କରିବା ଦିବସଙ୍କ ପାଇଁ ଏକ ଚୟଲେଞ୍ଜ ଥିଲା. ସେ ଏହାକୁ ସ୍ୱୀକାର କରି ଅନେକ ସଂଘର୍ଷ ପରେ ବିଦ୍ୟାଳୟ ପାଇଁ ଏକ ବିଜ୍ଞାନ ଶିକ୍ଷକ ଯୋଗାଡ କରିପାରିଛନ୍ତି.ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ଆରମ୍ଭ କରି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଶେଷରେ ସଫଳତା ହାସଲ କରିଛନ୍ତି. ଗତ ଜୁଲାଇ ମାସ ୧୭ ତାରିଖରେ ଜନଶୁଣାଣୀ ମାଧ୍ୟମରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଦିବସ ଅଭିଯୋଗ କରି ଡେପୁଟସନ ମାଧ୍ୟମରେ ପାଖ ସ୍କୁଲରୁ କୌଣସି ଏକ ଶିକ୍ଷକ ନିଯୁକ୍ତ କରିବାକୁ ଅନୁରୋଧ କରିଥିଲେ.କିଛି ଦିନ ତଳେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ଦିବସ ଙ୍କୁ ଡାକି ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ.  ବରଗଡ଼ ଶିକ୍ଷା ଅଧିକାରୀଙ୍କ ଚିଠି ସଂଖ୍ୟା  ୭୯୯୭ ତାରିଖ ୨୪-୦୮-୨୦୨୨ ଅନୁଯାୟୀ ଯୋଖିପାଲି ପାଖରେ ଥିବା ବିଦ୍ୟାଳୟ ପୁଞ୍ଜିପଥର ହାଇସ୍କୁଲରୁ ବିଜ୍ଞାନ ଶିକ୍ଷକ  ସୁଶାନ୍ତ କୁମାର ପ୍ରଧାନ ଏଣିକି ଯୋଖିପାଳି ସ୍କୁଲରେ ସୋମବାର, ମଙ୍ଗଳବାର ଏବଂ ବୁଧବାର ତିନିଦିନ ବିଜ୍ଞାନ ପାଠ ପଢ଼ାଇବେ.ଏହି ଖବର ଜାଣିବା ପରେ ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି. ନିଜ ପୋଷ୍ୟ ସ୍କୁଲର ଉନ୍ନତି ପାଇଁ ଦିବସଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରଯାଇଛି.

Leave A Reply

Your email address will not be published.