ବଜରଙ୍ଗଦଳ ପକ୍ଷରୁ କାଳିଆପାଣି ଥାନାରେ ଦାବି ପତ୍ର
କୁହିକା-କାଳିଆପାଣି ଥାନା ଅନ୍ତର୍ଗତ ଘାଗିଆସାହିର ନିରଞ୍ଜନ ମହାନ୍ତଙ୍କ ପାଞ୍ଚମାସର ଗର୍ଭବତୀ ଥିବା ଗାଈକୁ ମାରି ଖାଇଦେବା ଘଟଣାରେ କାଳିଆପାଣି ପୋଲିସ ପକ୍ଷରୁ ଏହି ଗ୍ରାମର ରାମପଦ ହେମ୍ବ୍ରମ,ବୁଢାନ ସୋରେନ ଓ ଧନ ମାରାଣ୍ଡି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି ।ଏହି ଗ୍ରାମର ମାଇନ ମାରାଣ୍ଡି ଘଟଣାର ସତ୍ୟତା କୁ ଲୋକଲୋଚନକୁ ଆଣିଥିବା ବେଳେ ବିଭିନ୍ନ ପ୍ରକାର ଧମକ ଚମକ ମିଳୁଥିବା ବେଳେ ଆଜି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଆଜି କାଳିଆପାଣି ଅଞ୍ଚଳକୁ ଗସ୍ତ କରି ଏହି ମାଇନ ମାରାଣ୍ଡି ଙ୍କୁ ସୁରକ୍ଷା ଦେବା ସହିତ ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଓ ବୋଲି କାଳିଆପାଣି ଥାନାରେ ଏକ ଲିଖିତ ଦାବି ପତ୍ର ଦେଇଥିବାର ସୂଚନା ମିଳିଛି ବଜରଙ୍ଗ ଦଳ ପକ୍ଷରୁ ।ଅରବିନ୍ଦ ଦାସ ଓ ଯାଜପୁର ଜିଲ୍ଲାର ବିଶ୍ଵ ହିନ୍ଦୁ ପରିଷଦ ଉପସଭାପତି ପ୍ରୀତି ଚୌରାସିଆଙ୍କ ନେତୃତ୍ୱ ରେ କାଳିଆପାଣି ଥାନା ରେ ଦାବିପତ୍ର ଦିଆଯାଇଥିବା ବେଳେ ବଜରଙ୍ଗ ଦଳର ଜିଲ୍ଲା ଗୋରକ୍ଷା ପ୍ରମୁଖ ମୃତ୍ୟୁଞ୍ଜୟ ପଟ୍ଟନାୟକ, ବଜରଙ୍ଗ ଦଳର ବଳ ଉପାସନା ଜିଜ୍ଞାସୁ ସାହୁ ,ବଜରଙ୍ଗ ଦଳର ଜିଲ୍ଲା ସୁରକ୍ଷା ପ୍ରମୁଖ ବାଦଲ କୁମାର ନାୟକ,ଗୋପବନ୍ଧୁ ନାୟକ, ଭୂପତିଭୂଷଣ ଦାସ,ସୁଶିଲ ମଲ୍ଲିକ, ସନ୍ତୋଷ ମୁଦୁଲି, ନିରନ ବାଗଚି, ରୋହିତ ଖୁଣ୍ଟିଆ, ପ୍ରକାଶ ବେହେରା ଙ୍କ ସହିତ ଅଂଶୁମାନ ବେହେରା ଆଦି ଆଦିଙ୍କ ଉପସ୍ଥିତରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।