ପେନିକଣା ସେବାଶ୍ରମରୁ ନବମ ଶ୍ରେଣୀ ଛାତ୍ର ନିଖୋଜ ଶିକ୍ଷକଙ୍କ ପାଖରେ ଖବର ନାହିଁ

ରାୟଗଡ- ରାୟଗଡ ଜିଲ୍ଲା ସଦର ବ୍ଲକ ପେନିକଣା ଆବାସିକ ସେବାଶ୍ରମରୁ ଜଣେ ନବମ ଶ୍ରେଣୀ ଛାତ୍ର ନିଖୋଜ ଘଟଣା ଶୁଣିବାକୁ ମିଳିଛି। ଗତ ୨ ଦିନ ହେଲା ଛାତ୍ର ନିଖୋଜ ଥିବା ଖବର ୨ ଦିନ ପର୍ଯ୍ୟନ୍ତ ଛାତ୍ରର ଅବିଭାବକ କୁ ଖବର ନଥିବା ବିଷୟ ସନ୍ଦେହ ଜଣକ ପରିସ୍ଥିତି ସୃଷ୍ଟି କରିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କ ଅବହେଳା କୁ ସ୍ୱଷ୍ଟ କରୁଛି। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଶୀପୁର ବ୍ଲକ ମୁନୁସ ଗାଁ ପଞ୍ଚାୟତର ପେଣ୍ଡାଲ ପାସ ଗ୍ରାମର ନବମ ଶ୍ରେଣୀରେ ଛାତ୍ର ଲିଙ୍ଗରାଜ ନାୟକଙ୍କୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ସେ ନିଖୋଜ ଥିବା ଖବର ପାଇ ବିଦ୍ୟାଳୟକୁ ତାଙ୍କ ବାପା ଚିତ୍ରସେନ ନାୟକ ଓ ମା ଚିନାଇ ନାୟକ ଗ୍ରାମବାସୀଙ୍କ ସହ ପଚାରିଥିଲେ କିନ୍ତୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକ କିଛି ଉତର ଦେଇ ପାରିନଥିଲେ। ପ୍ରକାଶ ଥାଉକି ଆବାସିକ ବିଦ୍ୟାଳୟ ମାନଙ୍କରେ ଛାତ୍ରଙ୍କ ଉପରେ ଅବହେଳା କେଉଁଠି ଛାତ୍ର ଛାତ୍ର ମାନଙ୍କ ମଧ୍ୟରେ ଗଣ୍ଡଗଳ ଲାଗି ମୃତ୍ୟ ହେଲାଭଳି ଘଟଣା ସହ ଛାତ୍ରୀଙ୍କୁ ଯୌନ ନିର୍ଯାତନ କୁମାରୀ ନବଳିକଙ୍କ ଗର୍ଭବତୀ ଭଳି ସମ୍ବେଦନ ଶୀଳ ଘଟଣା ମାନ ଘଟିବା ପଛରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅବହେଳା ବୋଲି ସ୍ୱଷ୍ଟ ବାରିହେଉଛି। ଛାତ୍ର ନିଖୋଜ ଘଟଣା ନେଇ କିଛି ଟେର ମିଳିନଥିବା ବେଳେ ରାୟଗଡ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଓ ପୋଲିସ ଘଟଣା ସ୍ଵଳାରେ ପହଞ୍ଚି ତଦନ୍ତ ଚଳାଇଛି ତଦନ୍ତ ପରେ କଣ ହେଇଛି ଛାତ୍ର ନିଖୋଜ ରେ କିଏ ଦାଇ ତାହା ସମାନକୁ ଆସିବ ବୋଲି ତାଙ୍କ ପିତା ଶ୍ରୀ ନାୟକ କହିଛନ୍ତି। ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ସଥପତି ଙ୍କ ସହ ଯୋଗାଯୋଗ କରାଯାଇଥିଲା କିନ୍ତୁ ତାହା ସମ୍ଭବ ହେଇ ପାରିନଥିଲା। 

Leave A Reply

Your email address will not be published.