ମୟୂରଭଞ୍ଜ- ମାଛ ଧରିବାକୁ ଯାଇ ଆଉ ଫେରି ନ ଥିଲେ। ନଦୀରେ ବୁଡ଼ି ଯୁବକ ମୃତ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ପାଳସା ଗ୍ରାମରେ । ମୃତକ ଜଣକ ହେଲେ ସେହି ଗ୍ରାମର ପିଥ ହେମ୍ବ୍ରମଙ୍କ ପୁଅ ମାତା (୩୪) । ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଅପରାହ୍ନ ପରେ ଗ୍ରାମ ଦେଇ ପ୍ରବାହିତ ଅରିକୂଳ ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ସଂଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ । ଯାହାକୁ ନେଇ ପରିବାରବର୍ଗ ଚିନ୍ତା ପ୍ରକଟ କରିବା ସହ ମାତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ । ତେବେ ପ୍ରାୟ ରାତି ୧୦ଟା ସମୟରେ ମାତାଙ୍କର ମୃତ ଦେହ ଉକ୍ତ ନଦୀର ଜଳସ୍ରୋତରେ ଭାସୁଥିବା ଦେଖିବାକୁ ମିଳିଥିଲା । ପରିବାରବର୍ଗ ଗ୍ରାମବାସୀଙ୍କ ସହାୟତାରେ ମାତାଙ୍କ ମୃତ ଦେହକୁ ଉଦ୍ଧାର କରି ଖୁଣ୍ଟା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖୁଣ୍ଟା ପୋଲିସ ଚିକିତ୍ସା କେନ୍ଦ୍ରରେ ଉପସ୍ଥିତ ହୋଇ ମୃତ ଦେହ ଜବ ତ କରି ବ୍ୟବଚ୍ଛେଦ ନିମନ୍ତେ ଉଦଳା କୁ ପଠାଇଛି । ଏଥିନେଇ ଥାନାରେ 1କେସ ନମ୍ବର ୪୮/ ୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । ତେବେ ମାତାଙ୍କର କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ବ୍ୟବଛେଦ ରିପୋର୍ଟ ମିଳିବା ପରେ ହିଁ ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ କହିଛି ।