ତୁରେକେଲା- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଖର୍ଲି ଗ୍ରାମ ରେ ଗତ ସଂଧ୍ୟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ କିଛି ଦିନ ଆଗରୁ ସେହି ଗ୍ରାମର ନାବାଳକ ଓ ନାବାଳିକା ଙ୍କ ପ୍ରେମ ସମ୍ପର୍କ କୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଥିଲା। ନାବାଳିକା ଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ନାବାଳକ ଙ୍କୁ ଗିରଫ କରିଥିବା ବେଳେ ଗ୍ରାମବାସୀ ଏହାକୁ ନେଇ ସନ୍ତୁଷ୍ଟ ନଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏହି ହତ୍ୟାକାଣ୍ଡ ରେ ବହୁତ ଲୋକ ସାମିଲ ଅଛନ୍ତି ଓ ପୋଲିସ ଜାଣିଶୁଣି ଅପରାଧୀ ମାନଙ୍କୁ ଘଣ୍ଟ ଘୋଡାଉଛି। ନାବାଳିକା ଙ୍କ ପରିବାର ଗରିବ ଓ ଅସହାୟ ଥିବାରୁ ପୋଲିସ ଓ କିଛି ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଏହି ଘଟଣା କୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିବା ସହ ଥରେ ଥାନା ଘେରାଉ କରିବା ସହିତ ଗାଁ ରେ ଦୁଇ ତିନି ଥର ଗ୍ରାମବାସୀ ବୈଠକ କରିଥିବା ଗ୍ରାମବାସୀ ଜଣାଇଛନ୍ତି। ତାଙ୍କର ଯୁକ୍ତି ହେଲା ଯେଉଁଠି ଶବ ପୋତା ଯାଇଥିଲା ତା ଉପରେ ବଡ କାଠଗଣ୍ଡି ରଖାଯାଇଥିଲା ଯାହାକୁ ଜଣେ ଲୋକ ରଖିବା ସମ୍ଭବ ନୁହେଁ ପାଖରେ ୩୦ ଟି ମଦ ପାଉଚ୍ ପଡିଥିବା ବେଳେ ଜଣେ ଲୋକ ପକ୍ଷରେ ୩୦ ଟି ମଦ ପାଉଚ୍ ପିଇବା ସମ୍ଭବ ନୁହେଁ।ଏସବୁ ଦିଗ ପ୍ରତି ପୋଲିସ ଧ୍ୟାନ ଦେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିଛି ଦିନ ଆଗରୁ ହତ୍ୟା ଅଭିଯୁକ୍ତ ପରିବାର ର ସଦସ୍ୟ ମାନେ ଗାଁ ରୁ ଫେରାର ହୋଇଯାଇଥିବା ବେଳେ ଗତକାଲି ନୂଆଁଖାଇ ପାଇଁ ଗାଁ କୁ ଫେରିଥିବା ବେଳେ ଗ୍ରାମବାସୀ ଖବର ପାଇ ଅଭିଯୁକ୍ତ ଙ୍କ ଘର ଆଗରେ ହୋହାଲ୍ଲା କରିବା ପରେ ତୁରେକେଲା ପୋଲିସ ଓ ଲାଠୋର ପୋଲିସ ଘଟଣାସ୍ଥଳରେ ପହଂଚି ଥିଲା। ଏଥିରେ ଗ୍ରାମବାସୀ ଆହୁରି ଉତ୍ୟକ୍ତ ହୋଇ ପୋଲିସ ସହିତ ବଚସା କରିଥିଲେ। ଏହି ସମୟରେ ନାବାଳିକା ଙ୍କ ମାଁ ରାସ୍ତା ମଝିରେ ଚେତାଶୂନ୍ୟ ହୋଇ ପଡି ରହିଥିବା ଦେଖିବାକୁ ମିଳିଥିଲା। ନାବାଳିକା ଙ୍କ ମାଁ ଙ୍କୁ ପୋଲିସ ଚିକିତ୍ସା ପାଇଁ ନେବାକୁ ଚେଷ୍ଟା କରିବା ସମୟରେ ଗ୍ରାମବାସୀ ଏହାକୁ ବିରୋଧ କରିବା ସହ ତୁରନ୍ତ ନାବାଳିକା ଙ୍କ ମୃତ୍ୟୁ ରେ ସମ୍ପୃକ୍ତ ବାହାରେ ଖୋଲା ରେ ବୁଲୁଥିବା ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ଓ ଯଦି ପୋଲିସ ଠିକ୍ ଭାବରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରେ ତାହେଲେ ଆଗାମୀ ଦିନରେ ଗ୍ରାମବାସୀଙ୍କ ଦ୍ବାରା ବଡଧରଣର ଆନ୍ଦୋଳନ କରଯିବ ବୋଲି ଚେତାବନୀ ଦେଇଥିଲେ।