କୁହିକା- ଗାଁର ଉର୍ଣ୍ଣତି ମୂଳକ କାର୍ଯ୍ୟ ହେବା ପୂର୍ବରୁ ଗାଁ ଲୋକଙ୍କ ସହିତ ସରପଞ୍ଚ, ସମିତିସଭ୍ୟ,ୱାର୍ଡ ମେମ୍ବରଙ୍କ ସହିତ ଗ୍ରାମବାସୀ ମିଳିତ ଉଦ୍ୟମରେ ଗ୍ରାମସଭା ଦ୍ୱାରା କିଏ ନିର୍ମାଣ କରିବ ସେସବୁର ନିଷ୍ପତ୍ତି ନେଇ ସାରିବା ପରେ କାର୍ଯ୍ୟ ଆରମ୍ଭ ହେବା କଥା ।କିନ୍ତୁ ଏହି ପଞ୍ଚାୟତର ଜୈନିକା ନେତା ନିଜର କ୍ଷମତା ଜାହିର କରି ଏହି ପଞ୍ଚାୟତର ୨ନଂ ୱାର୍ଡର ବିର୍ଷାନଗର ମହିଳାସମିତି ଘର ଠାରୁ ସିବୁ ସୋରେନ ଘର ପର୍ଯ୍ୟନ୍ତ କଂକ୍ରିଟ ଡ୍ରେନ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଏହି ୱାର୍ଡର ୱାର୍ଡ ମେମ୍ବର ବିନୋଦ ମହାନ୍ତଙ୍କ ସହିତ ଗ୍ରାମବାସୀ ବିରୋଧ କରିଥିବାର ଅଭିଯୋଗ ହୋଇଛି ।ଗ୍ରାମବାସୀ ଜାଣି ନାହାନ୍ତି କି ଏହି କାର୍ଯ୍ୟ କିଏ କରୁଛି,ଗ୍ରାମବାସୀ ୱାର୍ଡ ମେମ୍ବରଙ୍କୁ ପଚାରିବାରୁ ୱାର୍ଡ ମେମ୍ବର ମଧ୍ୟ ଜାଣି ନଥିବାର କହିବାରୁ ବିରୋଧ କରିଥିବାର ଅଭିଯୋଗ ହେଇଛି ।ଏପଟେ ଏହି ପଞ୍ଚାୟତର ୧ନଂ ୱାର୍ଡର ମନୋଜ କୁମାର ମେଲସାଣ୍ଡି ୨ନଂ ୱାର୍ଡର ୱାର୍ଡ ମେମ୍ବରଙ୍କୁ ତୋ ୱାର୍ଡ ମେମ୍ବର ହେବା ପାଇଁ ଅଯୋଗ୍ୟ କହିବା ସହିତ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିବାର ଅଭିଯୋଗ କରିଛନ୍ତି ବିନୋଦ ମହାନ୍ତ ।ଏହି ଅଭିଯୋଗର ମତାମତ ପାଇଁ ସରପଞ୍ଚ ବିକାଶ ପାତ୍ରଙ୍କ ମତାମତ ନିୟାଯାଇଥିଲା ସେ କହିଥିଲେକି ଗ୍ରାମବାସୀ ବିରୋଧ କରିନଥିଲେ କେବଳ ୱାର୍ଡ ମେମ୍ବର ବିରୋଧ କରିଥିଲେ ।ମନୋଜ କୁମାର ମେଲସାଣ୍ଡି ଧମକ ଦେବା କଥା କୁ ନେଇ ମତାମତ ପାଇଁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ ସେ କହିଥିଲେକି ତୋ ୱାର୍ଡ ମେମ୍ବର ହୋଇଛୁ ୱାର୍ଡ ମେମ୍ବର ପରିକା କଥା ବାର୍ତ୍ତା କରିବୁ ଆମ ଗାଁ ସାହି କୁ ଆସିକି ଆମକୁ କାହିଁକି ଧମକାଇବୁ ।ତାକୁ ମୋ ପାଖକୁ ପଠାଇବ ତ ବୋଲି ମତ ରଖିଥିଲେ ।