ଷ୍ଟାଇପେଣ୍ଡ ପ୍ରଦାନ ଦାବିରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ସହ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ବାରିପଦା- ଆଦିବାସୀ ଛାତ୍ରଛାତ୍ରୀ ମାନେ ଗତ ଶିକ୍ଷାବର୍ଷ ର ଷ୍ଟାଇପେଣ୍ଡ ଅର୍ଥ ବର୍ତମାନ ସୁଦ୍ଧା ପାଇ ପାରି ନାହାନ୍ତି। ଯାହାକୁ ନେଇ ସମବାର ଛାତ୍ରଛାତ୍ରୀ ମାନେ ବାରିପଦା ସ୍ଥିତ ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଷ୍ଟାଇପେଣ୍ଡ ନପାଇ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ କରି ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଜ଼ିଲ୍ଲା ସଭାପତି  ଧରମରାଜ ହାଁସଦାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତ ୨୦୨୧-୨୨ ଶିକ୍ଷା ବର୍ଷର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ମିଳିନାହିଁ। ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କର ଫର୍ମପୁରଣ, ପୁନଃ ନାମଲେଖା ପ୍ରକ୍ରିୟା ବର୍ତମାନ ଜାରି ଥିଲେ ମଧ୍ୟ ସେମାନେ ଅର୍ଥ ଅଭାବରୁ ନାମ ଲେଖା କରିପାରୁନାହାଁନ୍ତି। ଯାହା ଦ୍ୱାରା ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଗ୍ରହଣରୁ ବଂଚିତ ହେବାର ସମ୍ଭାବନା ଦେଖାଯାଇଛି। ଜ଼ିଲ୍ଲାରେ ଅନେକ ପରିମାଣର ଛାତ୍ରଛାତ୍ରୀଙ୍କ ଉକ୍ତ ସମସ୍ୟା ଥିବାରୁ ଏହାର ସମାଧାନ ପାଇଁ ବାରିପଦା ସ୍ଥିତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ଜଣାଇଛନ୍ତି। ଉକ୍ତ ଘଟଣା ବାବଦରେ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ ରଞ୍ଜନ ମହାପାତ୍ରଙ୍କ ସମେତ ଛାତ୍ରଛାତ୍ରୀ ଆଲୋଚନା କରିବା ସହ ଏହାର ଖୁବ ଶୀଘ୍ର ସମାଧାନ ନେଇ ଜଣାଇଥିଲେ। ତେବେ ଆଗାମୀ ଦିନରେ ଉକ୍ତ ସମସ୍ୟାର ସମାଧାନ ନହେଲେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯିବା ନେଇ ସଭାପତି ଧରମରାଜ ହାଁସଦାଃ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଜିତରାୟ ମୁର୍ମୁ, ଉଦୟ ମୁର୍ମୁ, ସୋମୁ ହାଁସଦା, ରାଜେନ୍ଦ୍ର ହାଁସଦା, ଘାନେ ମାର୍ଣ୍ଡି, ଦିଲ୍ଲୀପ ସୋରେନ, ରଶ୍ମିତା ଟୁଡୁ, ଆନନ୍ୟା ସୋରେନ, ସ୍ୱପ୍ନା ନାଏକ, ଦିପକ ସିଂ, ଲକ୍ଷ୍ମଣ ମାର୍ଣ୍ଡି, ଚନ୍ଦନ ହେମ୍ବ୍ରମ, ଗଣେଶ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.