ବାକି ଟଙ୍କା ମାଗିବାରୁ ବାବା ଦେଲେ ଧମକ

କେନ୍ଦ୍ରାପଡ଼ା- ଜଣେ ଆତ୍ମ ଘୋଷିତ ବାବାଙ୍କ ନାମରେ ପୁନର୍ବାର ଥାନାରେ ହୋଇଛି ଏତଲା, ନିଜକୁ ଅଲେଖ ଧର୍ମର ବାବା କହୁଥିବା ଅଭୟା ନନ୍ଦ ଦାସଙ୍କ ନାମରେ ଦଳିତ ଅଟୋ ଡ୍ରାଇଭର ଙ୍କୁ ଅସିଳ ଭାଷାରେ ଗାଳି ଗୁରଜ କରିବା ସହିତ ଜୀବନରୁ ମାରିଦବାକୁ ଧମକ ଦେଇଥିବା କେନ୍ଦ୍ରାପଡ଼ାର ଡେରାବିଶ ଥାନାରେ ହୋଇଛି ଏତଲା, ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ରଘୁଦେଇପୁର ଗ୍ରାମରେ ବେଆଇନ ଭାବରେ ବିନା NOC ରେ ଗୋଟିଏ ବେସରକାରୀ ଶିକ୍ଷାନୁଷ୍ଠାନ ଚଳାଇ ଆସୁଥିଲେ ବାବା ଅଭୟ ଦାସ,ସ୍କୁଲ କୁ ପିଲାମାନଙ୍କୁ ନେବା ଆଣିବା କରିବା ପାଇଁ ଛଅ ଟି ଅଟୋ କୁ ନିଯୁକ୍ତି କରିଥିଲେ ଦୀର୍ଘ ଦିନ ହେବ ଅଟୋ ଚାଳକ ମାନେ ସେମାନଙ୍କ ଟଙ୍କା ନପାଇ ଆତ୍ମ ଘୋଷିତ ବାବା ଙ୍କୁ ବକୟା ଟଙ୍କା ମାଗିବାରୁ ବାବା ଅଭୟା ନନ୍ଦ ଦାସ ଅଟୋ ଚାଳକଙ୍କୁ ଟଙ୍କା ନଦେଇ ଦଳିତ ଙ୍କୁ ଅସିଳ ଭାଷାରେ ଗାଳି ଗୁରଜ କରିବା ସହିତ ଜୀବନରୁ ମାରୀଦେବାକୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହେଇଛି,ସେପଟେ ପୂର୍ବରୁ ବାବା ଅଭୟ ଦାସଙ୍କ ବିରୁଧରେ ଥାନାରେ ଜାଲିଆତି ସାଟିଫିକେଟ ପ୍ରଦାନ କରିବା ଓ ପିଲାମାମାଙ୍କୁ ଚାକିରୀ କରାଇଦେବା ବାହାନାରେ ଲକ୍ଷାଧିକ ଲୁଟି ନେଇଥିବା ଭଳି ସଂଗୀନ ଅଭିଯୋଗ ରହିଛି, ତେବେ ବେଆଇନ ଭାବରେ ଚଳାଉଥିବା ବିଦ୍ୟାଳୟ ଉପରେ କୌଣସି କାର୍ଯାନୁଷ୍ଠାନ ନହେବାରୁ ବାବାଙ୍କ ପଛରେ ପ୍ରଭାବ ଶାଳୀ ବ୍ୟକ୍ତି ଥିବା ନେଇଁ ଆଲୋଚନା ହେଉଛି,ଏମିତି କି ବାବା ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଥିଲେ କିନ୍ତୁ ବାବା ଙ୍କ ପରିବର୍ତ୍ତେ ବିଦ୍ୟାଳୟରେ ବାବା ଙ୍କ ଭାଇ ପିଲା ମାନଙ୍କୁ ପାଠ ପଢ଼ାଉଥିବା ଘଟଣାରେ ଶିକ୍ଷା ବିଭାଗ ବାବାଙ୍କୁ ପୂର୍ବରୁ ନିଲମ୍ବିତ ମଧ୍ୟ କରିଥିଲା, ଅନ୍ୟପଟେ ସ୍ଥାନୀୟ ଅଂଚଳର ମଣ୍ଟୁ ମଳିକ ବାବାଙ୍କ ସୁରକ୍ଷା କବଜ ପାଲଟିଥିବା ଆଲୋଚନା ହେଉଥିବା ବେଳେ ମଣ୍ଟୁ ମଳିକ ମାଧ୍ୟମରେ ଜାଲିଆତି ସାଟିଫିକେଟ ପ୍ରଦାନ କରାଯାଉଥିବା ସନ୍ଦେହ,ତେବେ ପୁନର୍ବାର ଏଭଳି ଘଟଣା ସମାନକୁ ଆସି ସାରିବା ପରେ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି,

Leave A Reply

Your email address will not be published.