ଗରଦପୁର- କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜ ଙ୍କ ନିଷ୍ପତି କ୍ରମେ ଆଜି ଗରଦପୁର ବ୍ଲକ ଭଗବାନପୁର ପଂଚାୟତରେ ପଲ୍ଲୀରେ ପ୍ରଶାସନ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ପଂଚାୟତ ର ସରପଞ୍ଚ ରାଜେନ୍ଦ୍ର ମଲ୍ଲିକ, 10ନମ୍ୱର ଜୋନର ଜିଲ୍ଲା ପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତଙ୍କ ଉପସ୍ଥିତି ରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ , ଗରଦପୁର ବ୍ଲକମଣ୍ଡଳ ଉନ୍ନୟନ ଅଧିକାରୀ ରଞ୍ଜିତ କୁମାର ମଲ୍ଲିକ ଓ ଗରଦପୁର ଅତିରିକ୍ତ ତହସିଲଦାର ମହମ୍ମଦ ଫରୱାଜ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଆଜିର ଏହି ପଲ୍ଲିରେ ପ୍ରଶାସନ ଶିବିରରେ ସ୍ୱାସ୍ଥ୍ୟ , ରାଜସ୍ବ ବିଭାଗ , OLM, ମିଶନ ଶକ୍ତି, ICDS, ପ୍ରାଣିଚିକିତ୍ସା ଏବଂ ବ୍ଲକ ପ୍ରଶାସନ ର ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀ ସ୍ୱରୂପ ଦାସ ,ସାମାଜିକ କଲ୍ୟାଣ ଯୋଜନା ଅଧିକାରୀ ଖଗେଶ୍ବର ସେଠୀ , ସ୍ବାସ୍ଥ୍ୟ ବିଭାଗର ନିରଞ୍ଜନ କର , ପାନୀୟ ଜଳଯୋଗାଣ , ସମାଜ ମଙ୍ଗଳ, ଜନମଙ୍ଗଳ ଓ ମତ୍ସ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଗ୍ରହଣ କରିଥିଲେ l ଗରଦପୁର ଅତିରିକ୍ତ ତହସିଲଦାର ମହମ୍ମଦ ଫରୱାଜ୍ ଆଜି ଶିବିରରେ ରାଜସ୍ବ ବିଭାଗର ବିଭିନ୍ନ ଅଭିଯୋଗ ଶୁଣିବା ସହିତ ନାଗଣପୁର ରାଜସ୍ବ ସର୍କଲ ଅଞ୍ଚଳର 30 ଟି ମ୍ୟୁଟେସନ୍ କେସ ଗୁଡ଼ିକର ଫଇସାଲା ଖତିଆନ ପ୍ରଦାନ କରିଥିଲେ । ପରେ ପରେ BDO ଓ ଅତିରିକ୍ତ ତହସିଲଦାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ର ଶୁଣାଳୀ ଓ ଗ୍ରହଣ ସମ୍ବନ୍ଧେ ପଚାରି ବୁଝିଥିଲେ ।