ସିନ୍ଧେକେଲା ୫ଟି ସ୍କୁଲ ରେ ମହାଦୁର୍ନୀତି ସୂଚନା ଅଧିକାର ଆଇନରେ ମିଳୁନାହିଁ ତଥ୍ୟ

ବଙ୍ଗୋମୁଣ୍ଡା-  ୫ଟି ନାଁରେ ରାଜ୍ୟ ସରକାର ବିଦ୍ଯାଳୟର ରୂପାନ୍ତରି କରଣ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ତାହା ଉଚିତ କାମ ନ ହୋଇ ଠିକାଦାର ମାନେ ବାଟମାରଣା କରି ମାଲା ମାଲ ହେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ତଥ୍ୟ ଆସିଛି ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଲ୍ଲୀଶ୍ରୀ ହାଇସ୍କୁଲ ରେ ।ମିଳିଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ଆମ୍ ଆଦମୀ ପାର୍ଟିର ସଂଯୋଜକ ସୁରଥ ବେହେରା ସୂଚନା ଅଧିକାର ଆଇନ ବଳୟରେ ଗତ ଜୁନ ୬ ତାରିଖରେ ୫ଟି ଅନ୍ତର୍ଗତ ସିନ୍ଧେକେଲା ହାଇସ୍କୁଲରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତହିଁର  ବିଲ ଭାଉଚର ବିବରଣୀ ପ୍ରଦାନ ପାଇଁ ସୂଚନା ମାଗିଥିଲେ । ନିର୍ଦ୍ଧାରିତ ସମୟରେ  ନ ମିଳିବାରୁ ଗତ ୫.୮.୨୨ ରେ ଅପିଲ କରିଥିଲେ । ଅପିଲ କରିବା ସହ ଶ୍ରୀ ବେହେରା ସ୍କୁଲ ର ପ୍ରଧାନ ଶିକ୍ଷକ ତଥା ଅପିଲ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସୂଚନା ମିଳି ନାହିଁ । ଅନ୍ୟପକ୍ଷରେ ଏହି ବିଦ୍ୟାଳୟର ନିମ୍ନମାନର କାର୍ଯ୍ଯକୁ ନେଇ ଅନେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ତାର ତଦନ୍ତ  ହୋଇ ନଥିବା ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । ଏହା ବାଦ ୫ଟି ଯୋଜନାରେ କାମ ସରିଲା ପର ଠାରୁ ସ୍କୁଲ ରେ ବ୍ଯବହାର ହୋଇଥିବା ଟାଇଲ୍ସ, ମାର୍ବଲ ଆଦି ଭାଙ୍ଗିବାରେ ଲାଗି ଥିବା ବେଳେ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆନୁସାଙ୍ଗିକ ସାମଗ୍ରୀ କିଣାରେ ବ୍ଯାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି। ଏନେଇ ଅପିଲ ଅଧିକାରୀ ତଥା ପ୍ରଧାନ ଶିକ୍ଷକ  ଲୋକନାଥ  ମେହେରଙ୍କୁ ପଚାରିବାରୁ ଏହି କାମ ବ୍ଲକ ତରଫରୁ  କରାଯାଇଥିଲା, ବିଡିଓଙ୍କୁ ବାରମ୍ବାର ଚିଠି କଲେ ମଧ୍ୟ  ସେମାନେ ତଥ୍ୟ  ଦେଉନାହାନ୍ତି,ଯତଦ୍ୱାରା ଆମେ ତଥ୍ୟ  ଦେଇ ପାରୁ ନାହୁଁ କି ଆମର  କେଶବୁକ ମଧ୍ୟ ଲେଖିପାରୁ ନାହିଁ , ତଥ୍ୟ ମିଳିଲେ ଦିଆଯିବ  ବୋଲି ନିଜ ଦୋଷ ଛଡେଇ  ହୋଇଥିଲେ। ଏପଟେ ରାଜନେତାଙ୍କ ଛତ୍ର ଛାୟା ତଳେ ରହି କିଛି ଲୋକ ଠିକାଦାର ସାଜି ବେଆଇନ ଭାବରେ ଏଣୁତେଣୁ କାମ ସାରି ମିଥ୍ଯାବିଲ କରି ଟଙ୍କା ହଡପ କରାଯାଇଥିବା କାରଣରୁ ଖର୍ଚ୍ଚର ହିସାବ ଦିଆଯାଇ ପାରୁ ନାହିଁ  ବୋଲି ବ୍ଲକର  ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । ତେବେ ଠିକଣା ସମୟରେ ଉକ୍ତ ବିଦ୍ୟାଳୟ ର ସଠିକ୍ ତଥ୍ୟ  ନ ମିଳେ ତାହେଲେ ଆଗକୁ ଆନ୍ଦୋଳନ ଚାଲିବ ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି ତେବେ ରାଜ୍ୟ ସରକାର ତୁରନ୍ତ ତଦନ୍ତ କରି ଦୁର୍ନୀତି ଖୋର କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

Leave A Reply

Your email address will not be published.