ଧାମନଗର- ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଧାମନଗର ବ୍ଲକ ଭଗବାନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜୀବ ସେବା କେନ୍ଦ୍ରରେ ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଏବଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆନୁକୂଲ୍ୟରେ ଡେଙ୍ଗୁ, ମେଲେରିଆ,ଡାଇରିହା ଏବଂ ସାଂଶର ସଚେତନତା ଶିବିର ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହେଇଯାଇଛି।ଉକ୍ତ ଶିବିରକୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି କପିଳେନ୍ଦ୍ର ବଳ,ପୂର୍ବତନ ସମିତି ସଭ୍ୟ ସୁଦର୍ଶନ ମାଝୀ, ବୋର୍ଡ଼ ସଭ୍ୟ ଦିଲ୍ଲୀପ ପ୍ରଧାନ,ଦିଲ୍ଲୀପ ଦାଶ,ଗୋବର୍ଦ୍ଧନ ପ୍ରଧାନ,
ଅନିରୁଦ୍ଧ ବେହେରା, ଅଶୋଜ ଯେନା ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଡେଙ୍ଗୁ ,ମ୍ୟାଲେରିଆ ଆଦି ରୋଗର ସଚେତନତା ଏବଂ ଏହାର ନିରାକରଣ ଉପରେ ଆଲୋଚନା କରିଥିଲେ।ପରେ ଏହି ଶିବିରରେ ଉଅସ୍ଥିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଏଏନଏମ ସୋନାଲି ଦାସ ଏହି ସବୁ ରୋଗକୁ କିପରି ଭାବରେ ନିରାକରଣ ଜରାଯାଇ ପାରିବ ତାହାରି ଉପରେ ବିସ୍ତୃତ ଆଲୋଚନା କରିବା ସହ ପ୍ରତି ୱାର୍ଡରେ ଏହି ଶିବିର ଜରାଯାଇ ଲୋକଙ୍କୁ ସଚେତନ କରାଗଲେ ଆହୁରି ବ୍ୟାପକ ଭାବେ କାର୍ଯ୍ୟକାରୀ ହେଇପାରିବ। ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର,ଅଙ୍ଗନବାଡି ଓ ଆଶା କର୍ମୀ ଓ ସ୍ଥାନୀୟ ଜନସାଧାରଣ ଭାଗ ନେଇଥିଲେ।