ରାୟଗଡ- ପବିତ୍ର ଗଣେଶ ପୂଜା ଦିନ ଏକ ଦୁଃଖଦ ଘଟଣା ଶୁଣିବାକୁ ମିଳିଛି। ଜଣେ ବ୍ୟକ୍ତି ପୁଣି ଝଞ୍ଜାବତୀ ନଦୀରେ ଭାସିଯାଇ ମୃତ୍ୟ ବରଣ କରିଥିବା ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳାଇ ଦେଇଛି। ଏହି ଭଳି ଘଟଣା ବାରମ୍ବାର ଏହି ନଦୀ ଘାଟ ତଳ ସାଙ୍କେସୁ ଛକରେ ଘଟିବାର ଖବର ଆସୁଛି। ଏହିଭଳି ଦୁଃଖଦ ଘଟଣା ଘାଇଯାଇଛି ରାୟଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହଲୁଆ ପଞ୍ଚାୟତ ର କୋଟଲା ଗୁଡାରେ। ସେହି ଗ୍ରାମର ଦଣ୍ଡାସି ବିଡ଼ିକାଙ୍କ ପୁଅ ଭାଗି ବିଡ଼ିକା ବୟସ ୪୨ ବର୍ଷ ବୟସ୍କ ବ୍ୟକ୍ତି କୋଟାଲା ଗୁଡ଼ା ରେ ଝଞ୍ଜlବତି ନଦୀକୁ ଗାଧାଇବାକୁ ଯାଇ ନଦୀରେ ବୁଡ଼ି ମରି ଯାଇ ଥିଲେ। ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ବାସି ବିଡିକା କହିବା ଅନୁଯାୟୀ ମୃତ ବ୍ୟକ୍ତି ନାମ ଭାଗୀ ବିଡ଼ିକା ଗତ ସୋମ ବାର ଦିନରୁ ନିଖୋଜ ଅଛନ୍ତି, ତାଙ୍କୁ ବହୁତ୍ ଖୋଜା ଖୋଜୀ ଚାଲିଥିଲା କିନ୍ତୁ କୌଣସି ଖବର ପାଇପାରି ନ ଥିଲୁ। ଆଜି ସକାଳେ ଜୟ ରାମ ଗୁଡ଼ା ନିକଟରେ ଥିବା ଝଂଞ୍ଜା ବତୀ ନଦୀରେ ଶବ ଭାସି ଥିବା ଦେଖି ପୋଲିସ ଥାନାରେ ଏତଲା ଦେଇ ଥିଲେ। ଅଗ୍ନି ପ୍ରମାଦ ବାହିନୀ ଜୟରାମ ଗୁଡ଼ା ସ୍ତିତ୍ ଝଂଜା ବତୀ ନଦୀ ନିକଟକୁ ପହଞ୍ଚି ଶବକୁ ଉଦ୍ଧାର କରି ନଦୀ କୂଳକୁ ଦୌଡ଼ିରେ ବାନ୍ଧି ଆଣିଥିଲେ। ଗାଁ ଲୋକ ମାନେ ଓ ପୋଲିସ ଅଧିକାରୀ ପହଞ୍ଚି ଉକ୍ତ ଶବକୁ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରିଥିଲେ। ସୂଚନା ଯୋଗ୍ୟ ଏହିକିଯେ ଗତ କେତେ ବର୍ଷ ହେଲା ଏହି ଛକରେ ହଲୁଆ ଓ ତାଡମା ଗ୍ରାମ ପଞ୍ଚାୟତର ୩୦ ଖଣ୍ଡ ଗ୍ରାମର ଲୋକମାନେ ଏକ ପୋଲ ନିର୍ମାଣ ପାଇଁ ଦାବୀ କରି ଆସୁଛନ୍ତି।