ଇମ୍ଫା ପକ୍ଷରୁ ପଥପ୍ରାନ୍ତ ବନୀକରଣ 

କୁହିକା – ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣି ପକ୍ଷରୁ ଆଜି ସ୍ଥାନୀୟ କାଳିଆପାଣି ଗ୍ରାମର ଚଣ୍ଡୀମାତା ବିଦ୍ୟାଳୟ ସମ୍ମୁଖରୁ ପଥପ୍ରାନ୍ତ ବନୀକରଣର ଶୁଭରାମ୍ବ ହୋଇଯାଇଛି ।ଇମ୍ଫାର ଉପ-ସଭାପତି ତଥା ଖଣିବ୍ୟବସାୟିକ ମୁଖ୍ୟ ସନ୍ଦୀପ ବପୁରାଓଜି ନାରାଡେ କଦମ୍ବ ବୃକ୍ଷ ରୋପଣ କରି ପଥପ୍ରାନ୍ତ ବନୀକରଣର ଶୁଭରାମ୍ବ କରିଥିବା ବେଳେ ସୁକିନ୍ଦା ରିଜିନ କ୍ରୋମାଇଟ ଖାଦାନ ମଜଦୂର ସଂଘର ଯୁଗ୍ମ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ ଓ ସ୍ଥାନୀୟ କାଳିଆପାଣି ପଞ୍ଚାୟତର ସରପଞ୍ଚ ବିକାଶ କୁମାର ପାତ୍ର ସମ୍ମାନିତ ଅତିଥି ଭବାରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।ଇମ୍ଫା ପକ୍ଷରୁ ସ୍ଥାନୀୟ କାଳିଆପାଣି  ଗ୍ରାମପଞ୍ଚାୟତରେ ୫୦୦ ରୁ ଅଧିକ  କଦମ୍ବ,ବଉଳ, ଓ କୃଷ୍ଣଚୁଡା ଆଦି ଉର୍ଣ୍ଣତ ମାନର ବୃକ୍ଷରୋପଣ କରାଯିବାର ଯୋଜନା ରହିଛି ବୋଲି ଇମ୍ଫାର ଖଣି ବ୍ୟବସାୟିକ ମୁଖ୍ୟ ସନ୍ଦୀପ ବପୁରାଓଜି ନାରାଡେ ପ୍ରକାଶ କରିଥିବା ବେଳେ ଉପସ୍ଥିତ ଜନପ୍ରତିନିଧି ତଥା ଗ୍ରାମବାସୀ ମାନେ ଏହିଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।ଇମ୍ଫାର ଯୋଗାଣ ବିଭାଗ ମୁଖ୍ୟ ଜି.ଭି ରାକେଶ,ସୁକିନ୍ଦା ଖଣି ପରିଚାଳକ ଜଳନ୍ଦର ପାତ୍ର ପ୍ରଶାସନିକ ବିଭାଗ ମୁଖ୍ୟ ଦ୍ୟୁତିରାଜ ଜଗଦାନନ୍ଦ ନାୟକ,ଇମ୍ଫା ୟୁନିୟନ ଶାଖା କମିଟି ସଭାପତି ଭରତଚନ୍ଦ୍ର ରାଉତ ,ସମ୍ପାଦକ ଦିପକ ମହାରଣା,ସୁବ୍ରତ ଜେନା ପ୍ରମୁଖ ଉପସ୍ଥିତ ରହିବା ସହ ବୃକ୍ଷ ରୋପଣ କରିଥିଲେ ।ଇମ୍ଫାର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପରିଚାଳନ କରିଥିବା ବେଳେ ଉଦ୍ୟାନ ବିଭାଗ ସହ-ପରିଚାଳକ ସମରେନ୍ଦ୍ର ସ୍ୱାଇଁ ସହାୟତା କରିଥିଲେ ।

Leave A Reply

Your email address will not be published.