ବାସୁଦେବପୁର- ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ବିଭାଗ ଓଡ଼ିଶା ସରକାର ଓ ପୌର ପ।ଳିକା ବାସୁଦେବପୁର ପକ୍ଷ ରୁ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇ ଯାଇଛି।ଉକ୍ତ ଶିବିର କୁ ବାସୁଦେବପୁର ପୌର ପରିଷଦ ଅଧ୍ୟକ୍ଷା ନିବେଦିତା ବେହେରା ମୁଖ୍ୟ ଅତିଥି ଭାବେ, ସାଂସଦ ଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, ପୌର ଉପାଧ୍ୟକ୍ଷ ଉତ୍ତମ ବାରିକ୍, ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ ସାମନ୍ତ, ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପୌର ଅଧିକାରୀ ମାନସ କୁମାର ଦଣ୍ଡ ପାଟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱା ବଧାନ ରେ କାର୍ଯ୍ୟ କର୍ମ ପରିଚାଳିତ ହୋଇଥିଲା। ଉକ୍ତ କାର୍ଯ୍ୟ କର୍ମ ରେ ବାସୁଦେବପୁର ପୌର ପରିଷଦ ର ୨୩ ଗୋଟି ୱାର୍ଡ ୨୯୮ ଜଣ ପଂଜି କୃତ କରିଥିବା ବେଳେ ୨୩୯ ଜଣଭିନ୍ନ ଙ୍କୁ ପ୍ରମାଣ ପତ୍ର ପାଇ ଥିଲେ । ସକାଳ ନଅ ଟା ରୁ କାର୍ଯ୍ୟ କର୍ମ ଆରମ୍ଭ ହୋଇ ଅପରାହ୍ନ ଚାରି ଟା ଯାଏଁ ଚାଲିଥିଲା।