କଣ୍ଟାବାଞ୍ଜି – ରାଜ୍ୟ ସରକାର କୋଶଳ ଅଞ୍ଚଳ ପ୍ରତି ଅଣଦେଖା କରି ଚାଲିଛନ୍ତି ବୋଲି ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଆଜି କୋଶଳ କ୍ରାନ୍ତି ଦଳ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଇଛି, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରେକେଲା ମୁରିବାହାଲ ବଙ୍ଗୋମୁଣ୍ଡା ଆଦି ବ୍ଲକ ଆଜି ଦୋକାନ ବଜାର ବନ୍ଦ ରହିଥିଲା, ଅଧିକାଂଶ ବ୍ୟାପାରି ବନ୍ଦ ପାଳନକୁ ସମର୍ଥନ କରି ନିଜ ନିଜର ଦୋକାନ ଗୁଡିକ ବନ୍ଦ କରି ସମର୍ଥନ କରିଥିଲେ, ତଥା ଡ୍ରାଇଭର ସଂଘ ପକ୍ଷରୁ ମଧ୍ଯ ଏହି ବନ୍ଦ ପାଳନକୁ ସମର୍ଥନ କରିଥିଲେ, କଣ୍ଟାବାଞ୍ଜି ହେମାଲ ସଂଘ ପକ୍ଷରୁ ଏକ ରାଲିରେ ଜୟ କୋଶଳ ନାରା ଲଗାଇ ସ୍ଥାନୀୟ ଇନ୍ଦିରା ଛକ ନିକଟକୁ ପହଞ୍ଚି ଉଦବୋଧନ ଦେଇଥିଲେ, କୋଶଳ କ୍ରାନ୍ତିକାରୀ ପାଇଁ ରଞ୍ଜନ ମହାପାତ୍ର ମୁଖ୍ୟ ଭୂମିକା ନେଇଥିଲେ, ରଞ୍ଜନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ କୋଶଳ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଭଲ ନାହିଁ, ରୋଜଗାର ମିଲୁ ନାହିଁ, ସ୍ଵାସ୍ଥ୍ୟାବସ୍ଥାରେ ଦୂରଦୂରାନ୍ତକୁ ଯିବାକୁ ପଡୁଛି, ଯେତେ ଉଚ୍ଚ ଶିକ୍ଷା ଲାଭ କଲେ ସୁଦ୍ଧା ଦାଦନ ଖଟିବାକୁ ପଡୁଛି, ଏହି କୋଶଳ ମାଟିରେ ଜନ୍ମ ହେବା ଏକ ପ୍ରକାର ଅଭିଶାପ ପାଲଟିଛି, ମାଉସୀ ମାଁର ସନ୍ତାନ ଭଳି ଭେଦଭାବ ରଖାଯାଉଛି, ତେଣୁକରି ପୂର୍ବ ଓଡ଼ିଶା ଠାରୁ ଆମେ ଅଲଗା ହୋଇ ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବିରେ ପଶ୍ଚିମ ଓଡ଼ିଶା ବନ୍ଦ ପାଳନ କରିଛୁ ବୋଲି ପ୍ରକାଶ କରିଥିଲେ, ଅନ୍ୟ ପକ୍ଷରେ ବଲାଙ୍ଗୀର ଜିଲ୍ଲାରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ରହିଥିଲା ତାହାକୁ ମଧ୍ଯ ରାଜନୈତି କରି ପୂର୍ବ ଓଡ଼ିଶା କଟକ ଜିଲ୍ଲାକୁ ସ୍ଥାନାନ୍ତରିତ କରାଗଲା, କ୍ୟାନସର ହସ୍ପିଟାଲ ଟିଏ ହେବାର ଥିଲା ତାହା ମଧ୍ୟ ଭୁବନେଶ୍ୱର ଚାଲିଗଲା, ପଶ୍ଚିମ ଓଡ଼ିଶାରେ ଜନ୍ମିତ ଗରିବ ଲୋକ ଦାଦନ ଶ୍ରମିକ ବୋଲି ଇତିହାସ ରଚିବାକୁ ଯାଉଛି, ତେଣୁକରି ରାଜ୍ଯ ସରକାର ଓ କେନ୍ଦ୍ର ସରକାର ଏଥି ପ୍ରତି ଧ୍ୟାନ ଦିଅନ୍ତୁ ଓ ଯାଥା ଶୀଘ୍ର ଶାନ୍ତିପୂର୍ଣ୍ଣ ଭାବେ କୋଶଳ ରାଜ୍ଯ ଦାବି ପୂରଣ କରିବାକୁ ଚେତାବନୀ ଦେଇଛନ୍ତି, ନଚେତ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବାକୁ ବାଧ୍ୟ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି