ଖୁଣ୍ଟଲାଦର୍ହ ଗୁପ୍ତେଶ୍ୱର ମନ୍ଦିର ରୁ ଦାନବାକ୍ସ ଭାଙ୍ଗି ଟଙ୍କା ଚୋରି

ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଦେଓ୍ବାନପାଲି ସ୍ଥିତ ଖୁଣ୍ଟଲା ଦର୍ହ ଶ୍ରୀ ଶ୍ରୀ ଗୁପ୍ତେଶ୍ବର ମନ୍ଦିର ରୁ ଗତ ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଦାନବାକ୍ସ ର କବ୍ଜା ଭାଙ୍ଗି ଟଙ୍କା ଚୋରି କରିଥିବା ଜଣାପଡିଛି ।ସୁଚନାଅନୁସାରେ ପ୍ରତ୍ୟେକ ଦିନ ପରି ଗତକାଲି ମଧ୍ୟ ମନ୍ଦିର ପୂଜକ,ଶ୍ରୀ ଶ୍ରୀ ଗୁପ୍ତେଶ୍ବର ବାବା ବିକାଶ ଟ୍ରଷ୍ଟ ର ସଦସ୍ୟମାନଙ୍କ ସହ ଅନ୍ୟ ଭକ୍ତ ମାନେ ସଂନ୍ଧ୍ୟା ପ୍ରାୟ ସାତ ଘଣ୍ଟା ସମୟରେ ମହାପ୍ରଭୁଙ୍କ ସଂନ୍ଧ୍ୟା ଆଳତି ଦେଇ ଘରକୁ ଯାଇଥିଲେ ।ବର୍ତ୍ତମାନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଭିନ୍ନ ସାମଗ୍ରୀ ବାହାରେ ପଡି ରହିଛି ।ଏଣୁ ମନ୍ଦିର ପୂଜକ ଓ ଅନ୍ୟ ଜଣେ ଭକ୍ତ ମନ୍ଦିର ରୁ ପ୍ରାୟ ୧୦୦ ମିଟର ଦୁର ଏକ ଘରେ ସୋଇଥିଲେ । କିନ୍ତୁ ଦୁର୍ବୁତ୍ତ ମାନେ ଏହାକୁ ଖାତିର ନ କରି ମନ୍ଦିର ର ଗ୍ରିଲ ଡେଇଁ ମନ୍ଦିର ର ଦାନବାକ୍ସ ର କବ୍ଜା କୁ ଭାଙ୍ଗି ସବୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।ସକାଳେ ଖୁଣ୍ଟଲା ପାଲି ର ଜଣେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସାରି ସେଠାରେ ଜପକରୁ ଥିବା ସମୟରେ ହଠାତ ବାକ୍ସ ଟି ଖୋଲା ହୋଇଥିବା ଦେଖିବାକୁ ପାଇଥିଲେ ।ଏନେଇ ସେ ସଙ୍ଗେ ସଙ୍ଗେ ମନ୍ଦିର ପୂଜକ ଙ୍କୁ ଖବର ଦେଇଥିଲେ ।ମନ୍ଦିର ପୂଜକ ଶ୍ରୀ ଶ୍ରୀ ଗୁପ୍ତେଶ୍ବର ବାବା ବିକାଶ ଟ୍ରଷ୍ଟ ର ସଭାପତି ଙ୍କୁ ଜଣାଇଥିଲେ ।ଟ୍ରଷ୍ଟ ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ ବାକ୍ସ କୁ ଖୋଲି ଦେଖିଲା ବେଳକୁ କି ଟଙ୍କା ନଥିଲା ।ଦିର୍ଘ ଦିନ ହେବ ବାକ୍ସ ଟି ଖୋଲା ହୋଇନଥିବାରୁ ପ୍ରାୟ ୨୦ ହଜାର ଟଙ୍କା ଚୋର ମାନେ ନେଇ ଥିବା ଅନୁମାନ କରାଯାଉଛି ।ଏନେଇ ଟ୍ରଷ୍ଟ ର ସଭାପତି ମୁରଲୀଧର ଭୋଇ ହରିହର ଯୋର ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.