ରାୟଗଡ଼ା ଜିଷ୍ଟ ଇଞ୍ଜିନିୟରିଂ କଲେଜରେ ଜିଷ୍ଟ ପେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ। ଆଦିବାସୀ ଛାତ୍ର ଛାତ୍ରି ଉପକୃତ ହେଉଛନ୍ତି ଜିଲ୍ଲାପାଳ
ରାୟଗଡ଼- ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବରେ ପରିଚିତ ଥିଲେ ମଧ୍ୟ ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଜିଷ୍ଟ ଇଞ୍ଜିନିୟରିଂ କଲେଜରେ ଜିଷ୍ଟ ଫେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବୀ ସିଂ ଏବଂ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ଶତପଥୀ ଏବଂ କଲେଜର ଡ଼ାଇରେକ୍ଟର ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ରଥ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ । ଜିଲ୍ଲାପାଳ ମହୋଦୟ ତାଙ୍କ ଅଭିଭାଷଣ ରେ ରାୟଗଡା ଭଳି ଆଦିବାସୀ ଏବଂ ହରିଜନ ଅଧ୍ୟୁଷିତ ଅଞ୍ଚଳରେ ଜିଷ୍ଟ ଭଳି ଏକ ଇଞ୍ଜିନିୟରିଂ କଲେଜରେ ଆଦିବାସୀ ଓ ହରିଜନ ପିଲାଙ୍କୁ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରି ମୁଖ୍ୟ ସ୍ରୋତ କୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ କଲେଜର ପରିଚାଳନ , ଅଧ୍ୟାପକ ଏବଂ ପ୍ରଶାସନ ର ସ୍ଥାନ ଅଧିକୃତ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ଉଚିତ ବୋଲି ପ୍ରକାଶ କରିଥିଲେ।ପିଲାଙ୍କ ଉଦେଶ୍ୟ ରେ ଆଗକୁ କିପରି ନିଜର ଭବିଷ୍ୟତ ଗଢିବେ ସେ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ । ସମ୍ମାନୀୟ ଅତିଥି ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶତପଥି ଜିଲ୍ଲାର ଡ଼ଙ୍ଗରିଆ କନ୍ଦଙ୍କ ଜୀବନ ଜୀବିକା ଉପରେ ଟିପ୍ପଣୀ କରି ଜିଷ୍ଟରେ ଜ୍ଞାନ ଗ୍ରହଣ କରୁଥିବା ସବୁ ଆଦିବାସୀ ଏବଂ ହରିଜନ ପିଲାଙ୍କ ଭବିଷ୍ୟତ ଗଢିବାରେ ଆଗକୁ ବଢିବ ପାଇଁ ଆବାହନ କରିଥିଲେ । ଜିଷ୍ଟ କଲେଜର ଡ଼ାଇରେକ୍ଟର ଶ୍ରୀ ଗୋବିନ୍ଦ ରଥ ମୁଖ୍ୟ ଅତିଥୀ ଜିଲ୍ଲାପାଳଙ୍କ ବିଷୟରେ ଏବଂ ଜିଲ୍ଲା ମହକୁମାର ପ୍ରତ୍ୟକ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ରେ ରାୟଗଡ଼ା ଜିଲ୍ଲାପାଳଙ୍କ ଅବଦାନ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଅବଦାନ ବିଷୟରେ ଟିପ୍ନୋଣି ଦେଇ କଲେଜ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।