ଇମ୍ଫା ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ପାଳିତ 

ଇମ୍ଫା ର ସାମାଜିକ ଦାଇତ୍ଵ ବୋଧ ସଂସ୍ଥା ବିଆଇପିଏଫ ପକ୍ଷ ରୁ ଆଜି କଂସ ପଞ୍ଚାୟତ ରେ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଇଛି  । ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଙ୍ଗନ ବାଡି କେନ୍ଦ୍ର ର ପରିଦର୍ଶିକା ଶକୁନ୍ତଳା ସଏ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ  ଅସି ରୁ ଉର୍ଦ୍ଧ ମହିଳା ଭାଗ ନେଇଥିବା ଦେଖିବକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ରେ ପୃଷ୍ଟିକର ଖାଦ୍ୟ ,ଫଳ ଆଦି ପ୍ରଦର୍ଶିତ ହେବା ସହ ମା ଓ ଶିଶୁ ର ସ୍ୱାସ୍ଥ୍ୟ ନିମନ୍ତେ ଖାଦ୍ୟର ଗୁଣା ବଳିମାନ ବିସ୍ତୃତ ଭାବେ ଆଲୋଚନା କରାଯିବା ସହ ସୁଷମ ଖାଦ୍ୟ ସମ୍ବନ୍ଧୀୟ ଜଣା ଅଜଣା କାର୍ଯ୍ୟକ୍ରମ ମାଧ୍ୟମରେ ପୁରସ୍କୃତ କରାଯାଇଥିଲା । ପ୍ରକାଶ ଥାଉକି , ଗତ ତିନି ତାରିଖ ରେ ଜାତୀୟ ପୋଷଣ ସପ୍ତାହ ପାଳନ ର ପ୍ରଥମ  କାର୍ଯ୍ୟକ୍ରମ ଭାବେ ଇମ୍ଫା ବିଆଇପିଏଫ ପକ୍ଷ ରୁ ସ୍ଥାନୀୟ କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ସୁକିନ୍ଦା ବ୍ଲକ ଶିଶୁ ମଙ୍ଗଳ ପ୍ରକଳ୍ପ ଅଧିକାରୀ ବିଦୟ ଲକ୍ଷ୍ମୀ ମାରାଣ୍ଡି ଯୋଗ ଦେଇ ମା ଓ ଶିଶୁ ର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ପୃଷ୍ଟିକର ଖାଦ୍ୟ ର ଉପକାରୀତା ସମ୍ବନ୍ଧରେ ଆଲୋକପାତ କରିଥିଲେ ।  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଟି ବିଆଇପିଏଫ କାର୍ଯ୍ୟକ୍ରମ ଅଧିକାରୀ ପ୍ରିୟବ୍ରତ ପରିଡା ପରିଚାଳନା କରିଥିବା ବେଳେ ଇମ୍ଫା ର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମିଳନ ରଞ୍ଜନ କର ଶମ୍ଭୁନାଥ ନାୟକ,ସାଗର ଦାସ ,ଗୀତାଞ୍ଜଳି ଦାସ , ଉମା ପ୍ରଧାନ ପ୍ରମୁଖ ସହଯୋଗ କରିଥିବା ଦେଖିବକୁ ମିଳିଥିବା ।

Leave A Reply

Your email address will not be published.