ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ରେ ୬୯ ତମ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେବାକୁ ଯାଉଛି।ଗତ ଦୁଇ ବର୍ଷ ହେଲା କୋରୋନା କଟକଣା ଯୋଗୁଁ କୈାଣସି ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପାରିନଥିଲା। କିନ୍ତୁ ଚଳିତ ବର୍ଷ କଟକଣା କୋହଳ ହୋଇଥିବାରୁ ବହୁତ ଧୁମଧାମରେ ଦୁର୍ଗାପୂଜା କରିବାକୁ କମିଟି ନିର୍ଣ୍ଣୟ ନେଇଛି। ଏହି ପରିପ୍ରେକ୍ଷୀରେ ଏକ୍ ତାରିଖ ରୁ ଛଅ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାବଣ ରାଜ୍ କାର୍ଯ୍ୟକ୍ରମ ପାଇଁ ରାବଣ ଭାବେ ଚଳିତ ବର୍ଷ ବରଗଡ଼ ଜିଲ୍ଲା ର ମାଣ୍ଡିଆଢିପା ଗ୍ରାମ ର ଶ୍ରୀ ଗୋପବନ୍ଧୁ ସାହୁ ଙ୍କୁ ଚୟନ କରାଯାଇଥିଲା। ଏବଂ କମିଟି ର ସଭାପତି ଉମେଶ ଚନ୍ଦ୍ର ଭଇଁସାଲ, ଉପସଭାପତି ବାଲେଶ୍ଵର ମେହେର, ସେକ୍ରେଟାରୀ ଶ୍ରବଣ କୁମାର ଅଗ୍ରୱାଲ,ଜଏଣ୍ଟ ସେକ୍ରେଟାରୀ ବିଜୟ ମେହେର, ଦୟାସାଗର ମେହେର, ସୁବାସ ମେହେର, ଭଗବାନ ସେଠ୍,ଲାଇବାନ ସୁନା, ସୁଶାନ୍ତ ମେହେର ପ୍ରମୁଖ ମାଣ୍ଡିଆଢିପା ଗ୍ରାମ କୁ ଯାଇ ଶ୍ରୀ ଗୋପବନ୍ଧୁ ସାହୁ ଙ୍କୁ ପରମ୍ପରା ଅନୁଯାୟୀ ବରଣ କରିଥିଲେ। ଚଳିତ ବର୍ଷ ଦୂର୍ଗାପୂଜା କୁ ଅଧିକ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।ଏକ୍ ତାରିଖ ରୁ ଛଅ ତାରିଖ ପର୍ଯ୍ୟନ୍ତ ରାବଣ ରାଜ୍ ଚାଲିବାକୁ ଥିବା ବେଳେ ଦୁଇ ତାରିଖ ଦିନ ନୃତ୍ୟ ପ୍ରତିଯୋଗିତା ତିନି ତାରିଖ ଦିନ ରସମନ୍ଦାର ଦଣ୍ଡ ନୃତ୍ୟ ରୀନା କୁମ୍ଭାର ଙ୍କ ଦ୍ଵାରା ପରିଚାଳିତ ଚାରି ତାରିଖ ଦିନ ମାଁ ଇଷ୍ଟଦେବୀ ଅର୍କେଷ୍ଟ୍ରା ଉମା ଓ ପାର୍ଟି ପରିବେଷିତ ପାଞ୍ଚ ତାରିଖ ଦିନ ରାବଣ ଦହନ ଓ ବୃନ୍ଦାବତୀ ଦଣ୍ଡ ନୃତ୍ୟ ଚୁନୀ ବଗର୍ତ୍ତୀ ଙ୍କ ଦ୍ଵାରା ପରିଚାଳିତ ଛଅ ତାରିଖ ଦିନ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ଏଥରର ମୁଖ୍ୟ ଆକର୍ଷଣ ମୀନା ବଜାର ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।