ହତ୍ୟା ନା ଆତ୍ମା ସ୍ପଷ୍ଟ ଭାବେ ଜଣାପଡି ନଥିଲେ ବି ପାରିପାର୍ଶ୍ବିକ ସ୍ଥିତି କହିଦେଉଛି ହତ୍ୟା ବୋଲି
କଣ୍ଟାବାଞ୍ଜି – ତୁରେକେଲା ବ୍ଲକ ଅନ୍ତର୍ଗତ ଧାମନଡଙ୍ଗା ଗାଁର ରବି ସୁନାଙ୍କ (୫୦) ଗଳିତ ଶବ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ, ସୂଚନା ଯୋଗ୍ୟ ଯେ ଘାଟୁଶ୍ୟାମ ମନ୍ଦିର ଓ ଧାମନଡଙ୍ଗା ମଝି ରାଜରାସ୍ତା ନିକଟରେ ଥିବା ବିଲର ଏକ ଝୁପୁଡି ଭିତରେ ଥିବା ଡାଳରେ ଗାମୁଛାରେ ଫାଶି ଲଗେଇ ରଖା ଯାଇଥିଲା ଭଲି ଦେଖା ଯାଉଥିଲା, ଏସଆଇ ହୀରା ଖାଲକୋ ଓ ଏସଆଇ ଦୁରିଆ ତଥା ପରୁଆ ବାବୁ ଘଟଣା ସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କଲାପରେ ଶବ ଜବତ କରି ବ୍ଯବଚ୍ଛେଦ କଲାପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି, ଅନ୍ୟ ପକ୍ଷରେ ମୃତ ରବି ସୁନାଙ୍କ ଠାରୁ ଅନେକ ବର୍ଷ ପୂର୍ବେ ଗୋଲ ମୋଲ କରି ୫ ଏକଡରୁ ଉର୍ଦ୍ଧ ଚାଷ ଜମି କଣ୍ଟାବାଞ୍ଜିର କିଛି ବ୍ୟକ୍ତି ନିଜ ନାମରେ କରି ନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ, ଓ ସେହି ଚାଷ ଜମିକୁ ପ୍ଲଟିଙ୍ଗ କରିବା ନିମନ୍ତେ ଅଣଓଡ଼ିଆ ମାନେ ମାଟି ପୋତି ସମତୁଲ କରୁଥିବା ବେଳେ ପରିବାର ଲୋକେ ବିରୋଧ କରିଥିଲେ, ଓ କଣ୍ଟାବାଞ୍ଜି କୋର୍ଟରେ ଏହାର ସିଭିଲ ଚାଲିଛି ତେଣୁ ରବିକୁ ହତ୍ୟା କରାଯାଇ ଥାଇ ପାରେ ବୋଲି ଆକଳନ କରାଯାଉଛି, ଓ ଯେଉଁ ଭଳି ସ୍ଥିତିରେ ଶବ ଝୁଲୁଥିବା ଅବସ୍ଥାରେ ମିଳିଥିଲା ତାହା ମଧ୍ୟ ବତାଇ ଦେଉଥିଲା ଯେ ଆତ୍ମ ହତ୍ୟା ନୁହଁ ବୋଲି, କାରଣ ପାଦ ମାଟିରେ ଲାଗିଥିବା ବେଳେ ଯେଉଁ ଚାକୁଣ୍ଡା ଗଛର ଡାଳରେ ଗାମୁଛା ବନ୍ଧା ଯାଇଥିଲା ସେହି ଡାଳ ରବିର ବୋଝ ସହି ପାରିବ ନାହିଁ, ଅତି କଅଁଳ ଡାଳରେ କିଭଳି ଭାବେ ଜଣେ ବ୍ୟକ୍ତି ଆତ୍ମ ହତ୍ୟା କରିପାରିବ ତାହା ପ୍ରଶ୍ନ ଯୋଗ୍ୟ, କଣ୍ଟାବାଞ୍ଜି ପୁଲିସ ଆତ୍ମ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି