ସ୍ୱାଧିନତାର ଅମୃତ ମହୋତ୍ସବ-୨୦୨୨ ପାଳନ ଉପଲକ୍ଷେ ସ୍ୱଚ୍ଛ ସହର ପାଇଁ ସଚେତନତା ଓ ସ୍ୱତନ୍ତ୍ର ସଫେଇ ଅଭିଯାନ

ଧାମନଗର- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଧାମନଗର ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାଧିନତାର ଅମୃତ ମହୋତ୍ସବ-୨୦୨୨ ପାଳିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ସହର ପ୍ରତି ଯୋଗିତାରେ ଭାଗ ନେଇ ଆମ ଧାମନଗର ଵିଜ୍ଞାପିତ ଅଞ୍ଚଳକୁ ଏକ ନମ୍ବର ରଖିବା ଏବଂ ଲୋକମାନଙ୍କୁ ବାର୍ତା ଦେବା ଏ ନେଇ ଧାମନଗର ଏନ ଏ ସି ନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ନିବେଦିତା ଜେନା,ଉପାଧ୍ୟକ୍ଷ ଓସିମ ଏଜଦାନୀ କାଦରୀ, ସମସ୍ତ ୱାର୍ଡର କାଉନସିଲର ଉପସ୍ଥିତରେ ସଚେତନତା ରଥଗାଡିକୁ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଏନ ଏ ସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ସ୍ଵଛସାଥି ଏବଂ ସଫେଇ କର୍ମଚାରୀମାନଙ୍କ ସହଯୋଗରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ଧାମନଗର ଏନ୍.ଏ.ସି କାର୍ଯ୍ୟାଳୟରୁ ବାହାରି ବଜାର ପରିକ୍ରମା କରି ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ କରାଯାଇଥିବା ବେଳେ ସହରର ସମସ୍ତ ଓ୍ଵାର୍ଡ ଗୁଡିକରେ ମଧ୍ୟ ପରିକ୍ରମା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ସଚେତନତା ରଥ ମାଧ୍ୟମରେ ଜନସାଧାରଣ ମାନଙ୍କୁ ସ୍ଵଛତାର ବାର୍ତ୍ତା ବହନ କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ଅଧିକାରୀଙ୍କ ସହିତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନିର୍ଦ୍ଦେଶ ହୋଇଥିଲା। ତେଣୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମାଜକୁ ସ୍ଵଛ ଓ ପରିସ୍କାର ରଖିବା ସହ ଏଠି ସେଠି ଆବର୍ଜନା ନ ପକାଇବାକୁ ବାରଣ କରି ଡଷ୍ଟବିନ୍ ପକାଇବା ପାଇଁ ଜନସାଧାରଣ ମାନଙ୍କୁ ବୁଝାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.