ବିଜେଡିର ମାରାଥନ  ବୈଠକ

     【ମନ୍ତ୍ରୀ, ଉପାଦକ୍ଷ ଦେଉଛନ୍ତି ନବୀନ ମନ୍ତ୍ର】

ଅସ୍ତରଙ୍ଗ-  ଆସନ୍ତା ୨୦୨୪ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ବିଜେଡି ଏବେ ଠାରୁ ରୋଡ ମ୍ୟାପ ପ୍ରସ୍ତୁତ କରି ଅସ୍ତରଙ୍ଗ ବ୍ଲକର ୧୫ ପଞ୍ଚାୟତରେ ମାରାଥନ କର୍ମୀ ବୈଠକ କରିବା ଆରମ୍ଭ କରିଛି। ବିଜେପି କଂଗ୍ରେସ ଠାରୁ ସମ ଦୂରତା ରକ୍ଷା କରି ଦଳୀୟ ସଙ୍ଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ଲକ୍ଷ୍ୟରେ ବିଜେଡି ଏବେ ଠାରୁ କସରତ ଆରମ୍ଭ କରି ଦେଇଛି।ଗାଁ ଗାଁ ରେ ବୈଠକ କରି କ୍ରୀଡା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ପୁରୀ ଜିଲ୍ଲା ପରିଷଦ ଉପାଦକ୍ଷ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ନାୟକ ଯୋଗ ଦେଉଛନ୍ତି। ନେତା, କର୍ମୀ,ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଦୁଇ ଜିଲ୍ଲା ପରିଷଦ ସଭ୍ୟା, ଯୁବଜନତା ଓ ଛାତ୍ର ଜନତା କର୍ମକର୍ତ୍ତା ମାନଙ୍କୁ ନେଇ ପ୍ରମୁଖ ପଞ୍ଚାୟତରେ ବୈଠକ କରାଯାଉଛି। ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଜନ୍ମ ଠାରୁ ମୃତ୍ୟୁ ,ମମତା ଯୋଜନାରେ ଗର୍ଭବତୀଙ୍କ ଠାରୁ ନିର୍ମାଣ ଶ୍ରମିକ, ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ଠାରୁ ଅଙ୍ଗନବାଡି ପର୍ଯ୍ୟନ୍ତ କୋମଳମତି ଶିଶୁ ମାନଙ୍କ ବୌଦ୍ଧିକ ବିକାଶ ପାଇଁ ଯେତେ ସବୁ ଜନହିତକାରୀ ଯୋଜନା ସମ୍ପର୍କରେ ପ୍ରତ୍ୟେକଙ୍କ ଘରେ ପହଞ୍ଚାଇବା ପାଇଁ ବିଜେଡି ତାର ପ୍ରୟାସ ଆରମ୍ଭ କରିଛି।ବିଭିନ୍ନ ଯୋଜନାରେ ଗ୍ରାମର ବିକାଶ, ଅସ୍ତରଙ୍ଗ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ପାନୀୟ ଜଳ ପ୍ରକଳ୍ପ ପାଇଁ ଆର୍ଥିକ ମଞ୍ଜୁରୀ, ସ୍ମାର୍ଟ ବିଦ୍ୟାଳୟ ଯୋଜନାରେ ବିଦ୍ୟାଳୟ ନବୀକରଣ,ସ୍କୁଲ କଲେଜର ଭିତ୍ତିଭୂମର ବିକାଶ,ମୋ ପାର୍କ ନିର୍ମାଣ, ପଞ୍ଚାୟତ ଭବନ ନିର୍ମାଣ, ମହିଳା ମହାସଙ୍ଘ ଗୃହ ନିର୍ମାଣ,ପ୍ରମୁଖ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ସ୍ୱଚ୍ଛ ଶାସନରକାର୍ଯ୍ୟ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏତଦ୍ବ୍ୟତୀତ ବିଧବା, ବାର୍ଦ୍ଧକ୍ୟ ଭତ୍ତା, ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା, ବିଜୁ ପକ୍କା ଗୃହ, ନିଶ୍ଚିତ କର୍ମ ନିଯୁକ୍ତି ସୁଯୋଗରେ କାମ, ଅଙ୍ଗନବାଡି ପକ୍କା ଗୃହ ନିର୍ମାଣ, ଆଦର୍ଶ ଅଙ୍ଗନବାଡି, ପ୍ରମୁଖ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିକା ସମ୍ପର୍କରେ ଆଲୋଚନା କରାଯାଉଛି।ସରିପୁର,ଛୁରିଅନା, ଝାଡ଼ାଲିଙ୍ଗ, କେନ୍ଦ୍ରାପାଟି, ଶିଶୁଅ ପ୍ରଭୁତି ପଞ୍ଚାୟତ ଗୁଡିକରେ ହଜାର ହଜାର କର୍ମୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଗକୁ ଆହୁରି ଅସ୍ତରଙ୍ଗ, ତାଳଦା,ନଈଗୁଆଁ ,ଆଲଙ୍ଗପୁର, ଆଳସାହି, ନଗର,ପାଟଳଦା,ମାଣ୍ଡୁକି,ନୂଆଗଡ, କୋରଣା ପଞ୍ଚାୟତରେ ବୈଠକ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସଭାପତି କେଦାର ନାଥ ବିଶ୍ଵାଳ, ବିଜୁ ଯୁବ ଜନତା ସଭାପତି ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ଵାଇଁ, ବନିତା ବେହେରା, ବରିଷ୍ଠ ନେତା ପଞ୍ଚାନନ ସ୍ଵାଇଁ, କୁଞ୍ଜ ବିହାରୀ ପ୍ରଧାନ,ପୁରନ୍ଦର ମହାନ୍ତି, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଋତୁରାଜ ରାଉତ, ପୁରନ୍ଦର ବିଶ୍ଵାଳ, ମଙ୍ଗୁଳି ପ୍ରଧାନ, ତରୁଣ ନାୟକ,ନିର୍ମଳ ମଲ୍ଲ,ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ,ସମିତି ସଭ୍ୟା ଆରତୀ କାଣ୍ଡି ସରପଞ୍ଚ ବୃନ୍ଦାବନ ନାୟକ, କ୍ଷୀରୋଦ କାଣ୍ଡି,, ଜ୍ୟୋଷ୍ଣା ରାଣୀ ପରିଡା,ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.