(ଲହୁଣୀପଡା)-ବଣାଇଁ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବରଘାଟ ଗ୍ରାମରେ ବାପାର ଟାଙ୍ଗିଆରେ ଛୋଟରେ ବଡପୁଅ ଗୁରୁତର ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନ ୪ଟା ସମୟରେ ବରଘାଟ ଗ୍ରାମର ଏକ ଅଭାବନୀୟ ଘଟଣା ଘଟିଛି। ବାପା ରେଗୁଂଟୁ କୁମ୍ଭାର ଓ ପୁଅ ବିଜୁ କୁମ୍ଭାର ଘର ରହିଥିବା ବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ବାପା ରାଗି ଯାଇ ଏକ ଟାଙ୍ଗିଆରେ ପୁଅର ମୁଣ୍ଡକୁ ଛୋଟ ମାରିବା ପରେ ପୁଅ ଗୁରୁତର ହୋଇପଡିଥିଲେ।ଫଳରେ ବିଜୁ କୁମ୍ଭାର କଂର ପତ୍ନୀ ଚାନ୍ଦିପୋଷ ଥାନା ଅଭିଯୋଗ କରିଥିଲେ। ଚାନ୍ଦିପୋଷ ଥାନା ଅଧିକାରୀ ତ୍ରିନାଥ ସେଠୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଥିବା ସହିତ ଗୁରୁତର ହୋଇଥିବା ବିଜୁ କୁ ବଣାଇଁ ଉପଖଣ୍ଡର ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।ତେବେ ଘଟଣା ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।