ସୁବର୍ଣ୍ଣପୁର – ସୋନପୁର ଜିଲ୍ଲା ତୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ବାଙ୍କି ପାଲି ଗ୍ରାମରେ ଆଜି ସକାଳ୯ଟା ସମୟରେ ପିଡିଏସ ଚାଉଳ ହିତାଧିକାରି ମାନଙ୍କଠାରୁ ସଂଗ୍ରହ କରି କିଣି ନେଉଥିବା ବେଳେ ଗ୍ରାମବାସି ଚାଉଳ କିଣୁଥିବା ବେପାରି ଓ ଡ୍ରାଇଭର ,ହେଲପର କୁ ଅଟକ ରଖି ରାମପୁର ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳକୁ ରାମପୁର ପୋଲିସ ପହଞ୍ଚି ଚାଉଳ ବୋଝେଇ ମହିନ୍ଦ୍ରାପିକପ ଗାଡ଼ି ସହ ଡ୍ରାଇଭ ,ମାଲିକ ଓ ହେଲପର କୁ ଥାନାକୁ ଆଣି ଅଟକ ରଖି ଥିଲେ । ପରେ ଡୁଙ୍ଗୁରିପାଲି ବ୍ଳକ ଯୋଗାଣ ନିରିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ କୁ ଖବର ଦେଇଥିଲେ। ଯୋଗଣ ଅଧିକାରୀ ରାମପୁର ଥାନାକୁ ପହଞ୍ଚି ଚାଉଳ ସବୁ ଜରି ପ୍ଯକେଟ ରେ ଭର୍ତ୍ତି ହୋଇଥି ଦେଖି ଏହା ଏଫଆରକେ ଭିଟାମିନ ଯୁକ୍ତ ପିଡିଏସ ଚାଉଳ ବୋଲି ଜାଣି ବାକୁ ପାଇଥିଲେ। ଉକ୍ତ ଚାଉଳ ପରିମାଣ ୧୧କୁଣ୍ଟାଲ ୫୦ କେଜି ଯୋଗାଣ ଅଧିକାରୀଙ୍କ ହେପାଜତରେ କଟାପାଲି ରାସ୍ତା ସ୍ଥିତ ହନୁମାନ ରାଇସ ମିଲରେ ଜୀମା ଦିଆଯାଇଛି। ବର୍ତ୍ତମାନ ଚାଉଳ ମାହିନ୍ଦ୍ରା ପିକପ୍ ଥାନରେ ଯାବତ୍ ରହିଥିବା ବେଳେ ମାଝିମୁଣ୍ଡା ଗ୍ରାମର ଚାଉଳ ବେପାରୀ ରୂପଚାନ୍ଦ ଅଗ୍ରୱାଲ, ଡ୍ରାଇଭର ବବୁଲୁ ବରିହା ଓ ରିତେଶ ବାରିକ କୁ ଥାନରେ ଅଟକ ରଖି କେସ ନଂମ୍ୱର ୮୮/୨୨ ଏକ ମାମଲା ରୁଜୁ କରି ଆହୁରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଭାନୁ ଶଙ୍କର ଯାଦବ ପ୍ରକାଶ କରିଛନ୍ତି।