ଡି ଏଫଓ ଙ୍କ ବିରୁଧରେ ଜାତୀୟ ଆଦିବାସୀ କମିଶନ ଙ୍କ ଦ୍ୱାରାସ୍ତ  କାର୍ଯ୍ୟାନୁଷ୍ଠାନ ଦାବୀ

ରାୟଗଡ(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ସଦର ମହକୁମାର ସ୍ଥାନୀୟ ସର୍କିଟ ହାଉସ କୁ ଜାତୀୟ ଆଦିବାସୀ କମିଶନ ସଦସ୍ୟ ଶ୍ରୀଯୁକ୍ତ  ଅନନ୍ତ ନାୟକ ଅଭିଭକ୍ତ କରାପୁଟ ଜ଼ିଲ୍ଲା ଗସ୍ତରେ ଆସିଥିଲେ।, ସେ ରାୟଗଡା ଜ଼ିଲ୍ଲା ର ବିଭିନ୍ନ ସମସ୍ୟା ଓ ବିଷୟ ବସ୍ତୁକୁ ନେଇ ଆଲଚନା କରିଥିଲେ,। ତାଙ୍କ ସହିତ ରାୟଗଡା ଚାଷୀ ଏକତା ପରିଷଦ ଜ଼ିଲ୍ଲା ସଭାପତି ଶ୍ରୀ ପ୍ରତାପ ପୁଆଲା ଓ  ପରିଷଦ ସଦସ୍ୟ,ନିୟମାନଗିରି ଭାରତ ନିର୍ମାଣ ସେବା ଦଳର ରାଷ୍ଟ୍ରୀୟ ସଭାପତି ବୋମାଲି କାନ୍ତରାଓ, ରାଜ୍ୟ ସମ୍ପାଦକ ସନ୍ତୋଷ କୁମାର ବିଡିକା, ଅନ୍ୟ ମାନେ ରାୟଗଡା ଡି ଏଫଓ  ଙ୍କ ବିରୁଦ୍ଧ ରେ ଅଭିଯୋଗ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।, ଉକ୍ତ ଦାବିରେ ଉଲେଖ ଯେ ଗତ କିଛି ଦିନ ତଳେ ବନ ବିଭାଗ କାର୍ଯ୍ୟାଳୟ ରେ ଚାଷୀ ଏକତା ପରିଷଦ ର ସଦସ୍ୟ ମାନେ ନୂତନ ବନୀକରଣ ନା ରେ ବୃକ୍ଷ ରୋପଣ ରେ ଦୁର୍ନୀତି ର ତଦନ୍ତ ପାଇଁ ଦାବିପତ୍ର ଦେବାକୁ ଯାଇଥିବା ସମୟରେ ଅଧିକାରୀ ଜଣକ ନିଜେ ଦୁର୍ଭେବାହାର କରିଥିଲେ ଓ ଗାଳି ଗୁରଜ କରିଥିଲେ।, ଏହି ବିଷୟ କୁ ନେଇ ଚାଷୀ ଏକତା ପରିଷଦ ଜାତୀୟ ଆଦିବାସୀ କମିଶନ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି,। ଉକ୍ତ ଦାବି ପାତ୍ର ପ୍ରଦାନ ବେଳେ ଜ଼ିଲ୍ଲା ସାଧାରଣ ସମ୍ପଦକ ଶଙ୍କର ନାଇଡୁ, ସଂଗଠନିକ ସମ୍ପାଦକ ପ୍ରିତମ କୁମାର, ସମ୍ପାଦକ କଟେଶ ଗାଣ୍ଟା, ରମେଶ ପୁଆଲା, ସମେତ କର୍ମୀମାନେ ଉପସ୍ଥିତ ଥିଲେ। ରାୟଗଡ ଏକ ଆଦିବାସୀ ଜିଲ୍ଲା ହେଇଥିବା ବେଳେ ଆଦିବାସୀଙ୍କ  ଉନୟନ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଏନେକ ଅନୁଦାନ ଦେଇଥାନ୍ତି କିନ୍ତୁ ଏହାର ସଠିକ ଜାଗାରେ ବିନିଯୋଗ ନ ହୋଇ ବାଟ ମରଣା ହେଉଥିବା ଅଭିଯୋଗ ହେଇ ଆସୁଛି। 

Leave A Reply

Your email address will not be published.