ରଥ ମହାପାତ୍ର ଙ୍କ ନାମରେ ପଞ୍ଚ ମହାରଣା ଙ୍କ ଅଭିଯୋଗ

ରଥକାମରେ ରଥ ମହାରଣା ମାନଙ୍କ ପ୍ରତି ମହାପାତ୍ରଙ୍କର ଅଶ୍ଳୀଳ ଭାଷା ଓ କାଠ ନଷ୍ଟ ଅଭିଯୋଗ ।

ବାରିପଦା- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ନିଯୋଜିତ ଥିବା ଏବଂ ରାଜା ମହାରାଜା ଙ୍କ ଅମଳରୁ ବଂଶାନୁକ୍ରମିକ ଭାବେ କାର୍ଯ୍ୟ କରି ଆସୁଥିବା ରଥ ମହାରାଣା ମାନଙ୍କୁ  ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର ବିଭିନ୍ନ ସମୟରେ କଟୁଭାଷା ପ୍ରୟୋଗ କରୁଥିବା ଏବଂ ରଥ ମହାରଣା ମାନଙ୍କ ପ୍ରତି ହିଂସାଭାବ ରଖି ଅନ୍ୟାୟ ପ୍ରଦର୍ଶନ କରୁଥିବା ସଂମ୍ପର୍କରେ ଅଭିଯୋଗ ହୋଇଅଛି । ଏ ନେଇ ଏକ ଅଭିଯୋଗ ପତ୍ର ମୟୁରଭଞ୍ଜ ଜିଲ୍ଲା ଦେବତ୍ତର ବିଭାଗ ଠାରେ  ଅଭିଯୋଗ କରିଥିବା ଜଣାଯାଇଛି। ଅଭିଯୋଗ ଅନୁଯାୟୀ ସେମାନଙ୍କୁ ଚାପ ଯୁକ୍ତ ତଥା ଗୋରୁ ଗଧ ଭଳି ଖଟାଯାଉଥିବା ବେଳେ  ଛୁଟି ସମୟରେ ଖାଇବାକୁ ଗଲେ ରଥ ମହାରଣାମାନେ କୁଆଡ଼େ ଫେରାର ହୋଇଯାଇଛନ୍ତି ବୋଲି କହି ଗାଳି ଗୁଲଜ କରନ୍ତି । ଏପରି କି ତାଙ୍କର କ୍ଷମତାର ଅପବ୍ୟବହାର କରି ନିଜ ମନଇଚ୍ଛାରେ ରଥ ନିର୍ମାଣ କାର୍ଯ୍ୟ ଜଣାନଥିବା ଲୋକଙ୍କୁ ଲଗାଇ ଦେବୋତ୍ତର କାର୍ଯ୍ୟାଳୟରୁ ମଜୁରୀ ପ୍ରଦାନ କରାଇଥାଆନ୍ତି । ଫଳରେ 

ବର୍ତ୍ତମାନର ଅଧିକାଂଶ ବାର୍ଚ୍ଚିଆ ମାନେ କାମ ପାଉ ନଥିବା ଏବଂ ଏହା ଦ୍ଵାରା ଦେବୋତ୍ତର ବିଭାଗର ବ୍ୟାପକ କ୍ଷତି ଘଟୁଥିବା ଅଭିଯୋଗ ଆଣିଛନ୍ତି ।ଯେପରି କି ରଥ ନିର୍ମାଣ ସମୟରେ ବହୁ ମୂଲ୍ୟବାନ ଶାଳ କାଠ ଗୁଡିକ ଉଦ୍ଦେଶ୍ଵମୂଳକ ଭାବେ ନଷ୍ଟ କରୁଥିବା ଏବଂ ଏହାକୁ ବିରୋଧ କଲେ ଗାଳି ଗୁଲଜକରୁଥିବା ଅଭିଯୋଗ ହୋଇଛି । ତେବେ ଅଧିକାଂଶ କାମ ଦେବୋତ୍ତର କାର୍ଯ୍ୟାଳୟର ବିନା ଅନୁମତିରେ କରୁଥିବା ଯୋଗୁଁ  ବିଭାଗକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥିବା ଅଭିଯୋଗ କରିଛନ୍ତି । ମୁଖ୍ୟତଃ ୨୦୨୨ ମସିହାରେ ନୂତନ ଭାବେ ଝୁଲଣ ଫ୍ରେମ ନୂଆ କରିବା ଦ୍ବାରା ୫୦ ସେପ୍ଟି କାଠ ସାଙ୍ଗକୁ ୩ ଗୋଟି ରଥରେ ୧୨ଟି ମଜୁରୀ ଖର୍ଚ୍ଚ ହୋଇଥିବା , ୪ କୋଣିଆ ଫ୍ରେମ ଏବଂ ଦ୍ବାରଗଣ ଫ୍ରେମ ଗୁଡିକ ମରାମତି କରାଯିବା ପରିବର୍ତ୍ତେ ସେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ନୂତନ ଭାବେ ନିର୍ମାଣ କରାଯିବା ଦ୍ଵାରା ୩୦ ସେପ୍ଟି କାଠ ସହିତ ଅଧିକ ମଜୁରୀ ଖର୍ଚ୍ଚ କରାଯାଇ ଅର୍ଥର ବିନର ବ୍ୟୟ କରାଯାଇଛି ।  ସେହିପରି ପୁରୁଣା ସାରଥି ଥିବା ସତ୍ତ୍ଵେ ନୂଆ ସାରଥି ନିର୍ମାଣ ମାଧ୍ୟମରେ ୫ ସେପ୍ଟି କାଠର ଖର୍ଚ୍ଚ ସାଙ୍ଗକୁ ୨୫ ଗୋଟି  ଅଧିକ ମଜୁରୀ ଖର୍ଚ୍ଚ ହେବା ଏବଂ ଦେବତ୍ତର ବିଭାଗର ବିନା ଅନୁମତିରେ  ବାଂଠିଆ ରଥର ଓସାର ବଢାଇ ନୂଆ କରିବା ମାଧ୍ୟମରେ ୧୦୦ ସେପ୍ଟି କାଠ ବ୍ୟୟ ସାଙ୍ଗକୁ  ୨୦ ରୁ ୨୫ ଗୋଟି ମଜୁରୀର ଅଧିକ ଖର୍ଚ୍ଚ ହୋଇଥିବା ଜଣାଯାଇଛି । ଏପରି କି ଚକ,ଅଖ ଏବଂ କୋଣଖୁମ୍ବୀକୁ ଛାଡ଼ି ରଥର ସମ୍ପୂର୍ଣ୍ଣ କାଠ ନୂଆ ନୂଆ ଲଗାଇବା ଯୋଗୁଁ  ୧୦୦ ସେପ୍ଟି ରୁ ଅଧିକ କାଠ ବାଦ କରାଯାଇଛି । ଚକ ତଳେ ଗଡ଼ ଦେବା ପାଇଁ ଭଲଥିବା ପୁରୁଣା ଜୁକା ଗୁଡ଼ିକ କଟାଯିବା ଯୋଗୁଁ ୨୦ ସେପ୍ଟିର କାଠ ନଷ୍ଟ ହୋଇଥିବା ବେଳେ ପୁରୁଣା ଜୁକା ଏବଂ କଟାଯାଇଥିବା ଗଡ଼ ଗୁଡିକ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ଅଭିଯୋଗକାରୀମାନେ । ରଥ ମହାରଣା ମାନେ ଖୁଦେଇ କାମ ଜାଣି ଥିଲେ ମଧ୍ୟ ସେମାନଙ୍କୁ ଖୁଦେଇ କରିବା ପାଇଁ ଦିଆଯାଉନଥିବା ଓ ପୁରୁଣା ମୂର୍ତ୍ତୀ ଗୁଡ଼ିକ ଥିବା ସତ୍ତ୍ବେ ଅଧିକ ମୂର୍ତ୍ତୀ ତିଆରି କରି ସମୟ ନଷ୍ଟ କରାଯିବା , ଚକ୍ରଦାଢ଼ ମର୍ଗଳ ଇତ୍ୟାଦି ରଙ୍ଗ ଦେଇ ନିର୍ମାଣ ହୋଇଥିଲେ ମଧ୍ୟ ସେଗୁଡ଼ିକୁ ଲଗାଯାଇନଥିବା । ଏବଂ ୧୬-୧୭ ମସିହାରେ ରାଜା ଅମଳରୁ ପୁରୁଣା ସାରଥି ଏବଂ ବାଂଠିଆ ରଥ ଘୋଡା ହରେକୃଷ୍ଣ ରଣା ଏବଂ ରଥ ମହାପାତ୍ର ଦୁହେଁ ମିଶି ଦେବୋତ୍ତର କାର୍ଯ୍ୟାଳୟର ବିନା ଅନୁମତିରେ ପୋଲିସ ବିଭାଗ କୁ ବିକ୍ରୟ କରିଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ।ଏବଂ ଏହି ସମସ୍ତ ଅଭିଯୋଗର ତଦନ୍ତ  ଏବଂ  ରଥ ନିର୍ମାଣ ଦାଇତ୍ଵ ନିଭାଉଥିବା ମହାରଣା ମାନଙ୍କୁ ନ୍ୟାୟ ପ୍ରଦାନ ଦାବି କରି ଏହି ଦାବି ପତ୍ର ପ୍ରଦାନ କରାଯାଇଥିବା ଅଭିଯୋଗକାରୀ ଶ୍ରୀ ହରିଶ ଚନ୍ଦ୍ର ମହାରଣା,ରବୀନ୍ଦ୍ର ମହାରଣା,ଆଲୋକ ମହାରଣା, କ୍ଷିତିଶ ମହାରଣା,ହରିମୋହନ ମହାରଣା ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.