ସାମାନ୍ୟ ବର୍ଷାରେ ଘର ଭାଙ୍ଗିଲା…

ସରପଞ୍ଚକୁ ଯୋଗାଯୋଗ କଲେ ଫୋନ ଗ୍ରହଣ କରୁନାହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେବାକୁ ଦାବି 

କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅଧିନର ଭାଲୁମୁଣ୍ଡା ଗ୍ରାମ ପଞ୍ଚାୟତର ଗଞ୍ଜାବାହାଲ ଗାଁର ଲଳିତା ଦେବୀଙ୍କର ଘର ଭୁଶୁଡ଼ି ପଡ଼ିଛି, ଆର.ଆଇ. ମହାଶୟ ଘଟଣା ସ୍ଥଳକୁ ଯାଇ ପରିଦର୍ଶନ କଲା ପରେ ପଲିଥିନ ଯୋଗାଇ ଦେଇଛନ୍ତି, ୨୫. ୮. ୨୨ ଦିନ ବର୍ଷାରେ ଅଧାଟିଆ ଭୁଶୁଡ଼ି ଥିବା ବେଳେ ୨୬. ୮. ୨୨ ତାରିଖ ଦିନ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ଯାଇଥିଲା, ବର୍ତ୍ତମାନ ସମ୍ପୃକ୍ତ ପରିବାର ତାଙ୍କର ଭାଇର ଏସପେଶିଆଲ ହାଣ୍ଡିକେପ ଗୃହରେ ଆଶ୍ରୟ ନେଇଛନ୍ତି, ତେଣୁକରି ଲଳିତା କୁମ୍ଭାରକୁ ଯାଥା ଶୀଘ୍ର ଇନ୍ଦିରା ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘରରେ ସାମିଲ କରି ବାସସ୍ଥାନ ଯୋଗାଇଦେବା ପାଇଁ ଗୁହାରି କରିଛନ୍ତି, ଅନ୍ୟ ପକ୍ଷରେ ୨୦୧୯ ନିର୍ବାଚନ ପୂର୍ବରୁ ଏସ.ସି.ସି.ସି. ଲିଷ୍ଟରେ ପ୍ରାଥମିକତା ରହିଥିଲା ହେଲେ ବର୍ତ୍ତମାନ ସେହି ଲିଷ୍ଟ ଲୁଚି ଯାଇଥିବା ଜାଣିବାକୁ ମିଳିଛି, ଲଳିତା ଦେବୀଙ୍କ ପରିବାର ଦାବି କରିଛନ୍ତି ଯେ ଏମର୍ଜେନ୍ସି ଫଣ୍ଡରୁ ଏକ ଆବାସ ଯୋଜନା ଯୋଗାଇଦେବା ପାଇଁ ନଚେତ ଆଗାମୀ ଦିନରେ ପଞ୍ଚାୟତ ସମିତି ଓ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ସପରିବାର ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି, ଶ୍ରୀମତୀ ଲଳିତା ଦେବୀ ଯୋଗ୍ୟ ହିତାଧିକାରୀ ହୋଇଥିବା ବେଳେ ଏଯାଏଁ କାହିଁକି ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ..? ଭାଲୁମୁଣ୍ଡା ସରପଞ୍ଚ ଶ୍ରୀମତୀ ମେହେରଙ୍କ ସ୍ଵାମୀଙ୍କୁ ପ୍ରତିକ୍ରିୟା ପାଇଁ ଫୋନ ଯୋଗେ ଯୋଗାଯୋଗ କରିଥିଲେ କିନ୍ତୁ ସେ ଫୋନ କାଟି ଦେଉଥିବା ଯୋଗୁଁ ତାଙ୍କ ପ୍ରତିକ୍ରିୟା ସମ୍ଭବ ହୋଇପାରିଲା ନାହିଁ, ଅନ୍ୟ ପକ୍ଷରେ ଏହି ପଞ୍ଚାୟତରେ ଯିଏ ପିସି ଦେଇ ପାରୁଛି ତାଙ୍କୁ ହିଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରୁଥିବା ଅଭିଯୋଗ ହୋଇଛି, ତେଣୁକରି ଏହି ସବୁକୁ ଧ୍ୟାନ ପୂର୍ବକ ଭାବେ ତଦନ୍ତ କରାଗଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ

Leave A Reply

Your email address will not be published.