ଧାମନଗର- ଧାମନଗର ବ୍ଲକ ଓ ଏନ ଏ ସି ରେ ବିଭିନ୍ନ ସ୍ଥାନରେ ଆଜି ମହାଆଡମ୍ବର ସହ ଭାଗବତ ଜନ୍ମ ପାଳନ ହୋଉଛି। ଏହି ପରିପ୍ରେକ୍ଷୀରେ ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଇଛଦା ଗ୍ରାମରେ ଜୟ ଜଗନ୍ନାଥ ଭାଗବତ ଟୁଙ୍ଗିରେ ଆଜି ମହାଆଡମ୍ବର ସହ ଦ୍ଵାଦଶ ତମ ପୂଜାର୍ଚ୍ଚନା କରାଯାଇଅଛି। ଏଥିରେ ମୁଖ୍ୟ ଭାଗବତ ପାଠକ ଉଦୟ ନାୟକ, ଭାଗବତ ପାଠ କରିଥିଲାବେଳେ ପୂଜକ କାହ୍ନୁ ଚରଣ ଦାସ ଓ ରବିନ୍ଦ୍ର ଦାସ, ପୂଜାର୍ଚ୍ଚନା କରିଥିଲେ। ବିରେନ୍ଦ୍ର ଜେନା, ଆନନ୍ଦ ସ୍ୱାଇଁ, ମକର ନାୟକ,ରତ୍ନକର ପରିଡ଼ା ପ୍ରମୁଖ ଗ୍ରାମବାସିଙ୍କ ସହଯୋଗରେ ଅନୁଷ୍ଠାନ ର ପ୍ରତ୍ୟକ ବର୍ଷ ଭାଗବତ ଜନ୍ମ ମହାଆଡମ୍ବର ପାଳିତ ହୁଏ। ଏହା ୨୦୧୮ ରେ ସରକାରୀ ସିକୃତି ପାଇଥିଲା। ଆଜି କଏହାକୁ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଙ୍କ ଦୃଷ୍ଟି ଗୋଚର ହୋଉନାହିଁ। ତେବେ ସେହିପରି ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ମଠ ପ୍ରାଙ୍ଗଣରେ ଭାଗବତଙ୍କ ଜନ୍ମଦିନର ମହାଡମ୍ବର ଭାବେ ପାଳିତ ହୋଇଛି। ଏଥିରେ ପୂଜକ ଭାବେ ଗଗନ ବିହାରୀ ପାଣୀ ପୂଜକ ଭାବେ ଭାଗବତ ପାଠ କରିଥିଲାବେଳେ ବିନୋଦ ପଣ୍ଡା, ପ୍ରତାପ ପଣ୍ଡା ରମେଶ ପଣ୍ଡା, ସୁକଦେଵ ପଣ୍ଡା ପ୍ରମୁଖ ପୂଜାର୍ଚନା କରିଥିଲେ।