ବିଦ୍ୟାଳୟ ପରିସରରୁ ଗଛ କାଟିନେଲା ଠିକାଦାର, ବନ ବିଭାଗର ତଦନ୍ତ ଆରମ୍ଭ

ଧାମନଗର- ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ପଞ୍ଚାୟତ ଅଧୀନସ୍ଥ ଦୋବଲ ଗ୍ରାମରେ ଥିବା ଏସ.ଏ.ଜେ ସରକାରୀ ଉଚ୍ଚ ବିଦ୍ୟାଳୟ ୫ଟି ଅଧୀନରେ ଅନ୍ତର୍ଭୁକ୍ତ ହୋଇ ନିର୍ମାଣ ଚାଲୁଅଛି। ଏହାର ଫାଇଦାନେଇ ବିଦ୍ୟାଳୟ ପରିସରରୁ ଅନେକ ଗଛ କାଟିନେଲା ଠିକାଦାର। ଏନେଇ ସ୍ଥାନୀୟ ଲୋକେ ଓ ଅଭିଭାବକ ଧାମନଗର ପୋଲିସ, ବନବିଭାଗ ଓ ତହସିଲଦାରଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୋତାବକ ୧୯୭୦ ମସିହାରେ ନିର୍ମିତ ବିଦ୍ୟାଳୟରେ ବହୁ ପୁରୁଣା ଓ ଦାମିକା ଆମ୍ବ, ଜାମ୍ବ, ଲିମ୍ବ ଓ ଆକାସୀ ଭଳି ବିଭିନ୍ନ ଗଛ ରହିଛି। ବିଦ୍ୟାଳୟ ଗୃହକୁ ଲାଗି କିଛି ଗଛର ଡାଳ ଛାତକୁ ନଷ୍ଟ କରୁଥିବାରୁ ବିନା କୌଣସି ଅଧିକାରୀଙ୍କ ପରାମର୍ଶରେ ପ୍ରଧାନ ଶିକ୍ଷୟତ୍ରୀ ସୁଛନ୍ଦା ତ୍ରିପାଠୀ ଗୃହନିର୍ମାଣ କାର୍ଯ୍ୟ ନେଇଥିବା ଠିକାଦାରଙ୍କୁ ଗଛର ଡାଳ କାଟିବାକୁ ନିର୍ଦେଶ ଦେଇଥିଲେ। ଉକ୍ତ ଠିକାଦାର ବିରାଟ ବିରାଟ ଡାଳ ସହ ଅନେକ ଗଛ କାଟି ଟ୍ରାକ୍ଟର ସାହାଯ୍ୟରେ ନେଇଯାଇଛନ୍ତି। ଆଉ କିଛି କାଠ ଗଣ୍ଡିକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରିକରି ଅର୍ଥକୁ ଠିକାଦାର ଓ ପ୍ରଧାନ ଶିକ୍ଷୟତ୍ରୀ ମିଳିମିଶି ଆତ୍ମସାତ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଅଭିଯୋଗ ପାଇଁ ଧାମନଗର ଫରେଷ୍ଟର ସୁଶାନ୍ତ କୁମାର ମହାନ୍ତି, ବ୍ଲକ ଶିକ୍ଷାଧିକାରୀ କୈଳାଶ ଜେନା ଓ ସ୍ଥାନୀୟ ଏଆରଆଇ ସ୍କୁଲରେ ପହଁଛି ବୋଲି ଦେଖିବା ସହ ତଦନ୍ତ କରିଥିବା ଜଣାପଡିଛି। ଏନେଇ ପ୍ରଧାନ ଶିକ୍ଷୟତ୍ରୀ ସୁଛନ୍ଦା ତ୍ରିପାଠୀଙ୍କୁ ପଚାରିବାରୁ କୁହନ୍ତି ଅଭିଯୋଗର କୌଣସି ସତ୍ୟତା ନାହିଁ। ଛାତ ଉପରେ ଗଛର ପତ୍ର ଜମାଟ ହୋଇ ଛାତକୁ ପାଣି ଝରୁଥିଲା ତେଣୁ ଖାଲି ଡାଳ ଗୋଡିକ କଟାଯାଇଛି ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି। ସେପଟେ ଏନେଇ ଠିକାଦଙ୍କ ନାମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଧାମନଗର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି 

Leave A Reply

Your email address will not be published.