ଅହିଂସା ରଥକୁ ଖୁଣ୍ଟା ବ୍ଳକରେ ବିପୁଳ ସ୍ୱାଗତ

ଭ୍ରମଣ ସମୟରେ ଅହିଂସାର ବାର୍ତ୍ତା ବାଣ୍ଟିଲା ରଥ।

ମୟୂରଭଞ୍ଜ- ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ  ଗଡ଼ିଲା ଅହିଂସା ରଥ। ଏହି ରଥ ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ରର ପ୍ରଚାର କରିବା ସହ ପ୍ରେମର ବାର୍ତ୍ତା ବାଣ୍ଟିଛି। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମହାତ୍ମା ଗାନ୍ଧୀଙ୍କ ଅହିଂସା ବାର୍ତ୍ତା ବହନ କରୁଥିବା ରଥର ଶୁଭାରମ୍ଭ କରିଥିଲେ।ଶନିବାର ଉକ୍ତ ରଥଟି ଖୁଣ୍ଟା ବ୍ଳକର ବିସିପୁର ପଞ୍ଚାୟତ ଠାରେ ପହଞ୍ଚିବା ପରେ ବ୍ଲକର ବିଡ଼ିଓ ମାନସ ରଂଞ୍ଜନ ସାମଲଙ୍କ ନେତୃତ୍ଵରେ ଅଧ୍ୟକ୍ଷ ସୁଧନ୍ୟା ନାଏକ, ତହସିଲଦାର ସ୍ମରଣରଞ୍ଜନ ପୃଷ୍ଟି ,  ଙ୍କ ସମେତ ଲୋକପ୍ରତିନିଧି ଓ ବ୍ଳକ କର୍ମଚାରୀମାନଙ୍କ ସମେତ ଛାତ୍ରଛାତ୍ରୀ ଓ ମହିଳା ମାନଙ୍କ ଦ୍ଵାରା ଏହାକୁ ସ୍ଵାଗତ ସମ୍ପର୍ଦ୍ଦନା ପ୍ରଦାନ କରିଥିଲେ ।ଏଥି ସହିତ ରଥଟି ବ୍ଳକ ଅଧିନ ଧାନଘେରା , କହ୍ନେଇବନ୍ଦ ଇତ୍ୟାଦି ପଞ୍ଚାୟତ ଭ୍ରମଣ କରି ଅହିଂସାର ବାର୍ତ୍ତା ବାଣ୍ଟି ଥିଲା ।ସେହିପରି ସଂପୃକ୍ତ ରଥ ଟି ଖୁଣ୍ଟା ଠାରେ ପହଞ୍ଚିବା ପରେ ବିଡିଓ ସଂଗ୍ରାମ କେଶରୀ ଭୋଳ,ସାନଖୁଣ୍ଟା ପଞ୍ଚାୟତ ସରପଞ୍ଚ ସୁମୀ ହାଁସଦାଙ୍କ ସମେତ , ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶତାଧିକ ମହିଳା ଉପସ୍ଥିତ ରହି ରଥଟିକୁ ପୁରୁଣାପାଣି ଛକଠାରେ ପୁସ୍ପମାଲ୍ୟ ପ୍ରଦାନ କରି ସ୍ଵାଗତ  କରିଥିଲେ ।  ପରବର୍ତ୍ତୀ ସମୟରେ ରଥ ଟି ଖୁଣ୍ଟା ବଜାର ପରିକ୍ରମା କରିବା ସହ ଗୋପବନ୍ଧୁନଗର  ବ୍ଳକର କୁଶଳଦା, ଜୟପୁର , ପୁରୁଣା ବାରିପଦା ଓ କୁଆମରା ଇତ୍ୟାଦି ପଞ୍ଚାୟତ ଅଭିମୁଖେ ବାହାରିଥିଲା । ଏବଂ ରଥଟିକୁ ବ୍ଳକର ବିଭିନ୍ନ ପଞ୍ଚାୟତରେ ଜନସାଧାରଣଙ୍କ ପକ୍ଷରୁ ଭାବ୍ୟ ସମ୍ପର୍ଦ୍ଧନା ଦିଆଯାଇଥିବା ବେଳେ ସଚେତନତା ବାର୍ତ୍ତାବାଣ୍ଟିବା ଥିଲା ।

Leave A Reply

Your email address will not be published.