ବାଲିଆପାଳ- ବାଲିଆପାଳ ବ୍ଲକ ର ମଧୁପୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚରବସ୍ତକାଳରୁଇ ଗ୍ରାମର ପକାରାସ୍ତା ଉପରେ ଅସରାଏ ବର୍ଷା ହେଲେ ଅଣ୍ଠୁଏ ପାଣି ଜମି ଯାଉଛି। ଗହିରା ରାସ୍ତା ହୋଇଥିବାରୁ ଜଳ ନିଷ୍କାସନ ହୋଇପାରିନାହିଁ। ଫଳ ରେ ଅଙ୍ଗନୱାଡିକୁ ଯିବାପାଇଁ ଛାତ୍ରୀ ଛାତ୍ର ହନ୍ତସନ୍ତ ହେବା ସହିତ ଚରବସ୍ତକାଳରୁଇ ଗ୍ରାମର ଗ୍ରାମବାସୀ ତଥା ପଡ଼ୋଶୀ ଗାଁ ଚୌଧୁରୀକୁଦ ଗ୍ରାମବାସୀ ଆଣ୍ଠୁଏ ଜଳରେ ରାସ୍ତାଉପରେ ଯିବା ଆସିବା କରୁଛନ୍ତି। ଦୀର୍ଘ ୬ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମ ଉନ୍ନୟନ ବିଭାଗ ଦ୍ଵାର ଉଭୟ ଚରବସ୍ତକଳରୁଇ ଏବଂ ଚୌଧୁରୀକୁଦ ଗ୍ରାମକୁ ପକା ରାସ୍ତା ନିର୍ମାଣ ହୋଇଥିଲା। ରାସ୍ତା ନିର୍ମାଣ ସମୟର ଗ୍ରାମର ଭୌଗଳିକ ସ୍ଥିତ ଓ ରାସ୍ତାର ସମତୁଲତା ପ୍ରତି ନଜର ନଦେଇ ବିଭାଗୀୟ ଅଧିକାରୀ ମାନେ ରାସ୍ତା ନିର୍ମାଣ କରାଇଥିଲେ। ଫଳରେ ଗାଁ ମଝି ରାସ୍ତା ଟି ସମ୍ପୂର୍ଣ୍ଣ ଗହୀରା ରେ ପକାରାସ୍ତା ନିର୍ମାଣ ହୋଇଥିଲା। ଏହା ଛଡ଼ା ରାସ୍ତା ରୁ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ଅସରାଏ ବର୍ଷା ହେଲେ ଗାଁ ଦଣ୍ଡ ରେ ଅଣ୍ଠୁଏ ପାଣି ଜମି ଯାଉଛି। ଉକ୍ତ ରାସ୍ତାଟି ଉପରେ ଉଭୟ ଗ୍ରାମର ବାଲିଆପାଳ ଯିବାକୁ ମୁଖ୍ୟ ରାସ୍ତା ଅଟେ। ଏହା ଛଡ଼ା ଚବସ୍ତକାଲରୁଇ ଗ୍ରାମର ଅଙ୍ଗନୱାଡି କୁ ଯିବା ର ମୁଖ୍ୟ ରାସ୍ତା ହୋଇଥିବାରୁ କୁନି କୁନି ପିଲା ମାନେ ଅଙ୍ଗନୱାଡିକୁ ଯିବା ଆସିବା ରେ ହନ୍ତସନ୍ତ ହେଇଛନ୍ତି। ଏହାଛଡା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବିକା କିଣା ପାଇଁ ଏହି ଆଣ୍ଠୁଏ ପାଣି ପାର ହୋଇ ବାଲିଆପାଳ କୁ ଯିବାକୁ ପଡୁଛି।ଉଭୟ ଗ୍ରାମର ଗ୍ରାମବାସୀ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଉକ୍ତ ବିଷୟ ରେ ଅବଗତ କରାଇଥିଲେ ମଧ୍ୟ ରାସ୍ତା ରୁ ପାଣି ନିଷ୍କାସନ ପାଇଁ ବିଭାଗୀୟ ଅଧିକାରୀ ଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଉକ୍ତ ରାସ୍ତା ଟିକୁ ଉଚ୍ଚା କରାଯିବା ସହିତ ରାସ୍ତା ରୁ ପାଣି ନିଷ୍କାସନ ପାଇଁ ରାସ୍ତା ପଶ୍ୱରେ ଡ୍ରେନ ବ୍ୟବସ୍ଥା କରାନଗ ଲେ ନିଜ ହକ ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରର କରାଯିବ ବୋଲି ପଞ୍ଚାନନ ସାହୁ, ଆଦୈତ୍ୟ ସାହୁ, ରବୀନ୍ଦ୍ର ସାହୁ, ବିଜୟ ସାହୁ,ପଞ୍ଚାନନ ଭୁୟାଁ, ରାଜେନ୍ଦ୍ର ଭୂୟାଁ, ଅରୁଣ ଭୂୟାଁ, ବସନ୍ତ ଦଣ୍ଡପାଟା, ରାଜେନ୍ଦ୍ର ଦଣ୍ଡପାଟା ଙ୍କ ସହିତ ଉଭୟ ଗ୍ରାମର ଗ୍ରାମବାସୀ ଚେତାବନୀ ଦେଇଛନ୍ତି।