ଦୁର୍ଲଭ ବ୍ରହ୍ମ କମଳ ଫୁଲ ଫୁଟିଛି ଜଣେ ରାଜମିସ୍ତ୍ରୀଙ୍କ ବଗିଚାରେ, ଦେଖିବାକୁ ବହୁ ଲୋକର ଭିଡ଼

ଜଳେଶ୍ଵର- ଜଳେଶ୍ଵର ବ୍ଲକ ଅଧିନ ଓଲମାରା ପଞ୍ଚାୟତର ଓଲମରା ଗ୍ରାମର ବେଣୁଧର ବେହେରାଙ୍କ ଘର ବଗିଚାରେ ଦୁର୍ଲଭ ବ୍ରହ୍ମକମଳ ଫୁଲ ଫୁଟିଛି। ବେଣୁଧର  ରାଜମିସ୍ତ୍ରୀ ଭାବେ ଜୀବିକା ନିର୍ବାହ କରୁଥିବା ବେଳେ ବର୍ତ୍ତମାନ ବୃଦ୍ଧ ଅବସ୍ଥାରେ ଆଉ କାମ କରିବା ସକ୍ଷମ ନ ଥିବାରୁ ତାଙ୍କ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଗଛ ଗୁଡ଼ିକର ଯତ୍ନ ନେଉଛନ୍ତି। ୧୦ ମାସ ପୂର୍ବରୁ ସେ ଏହି ଫୁଲ ଗଛଟିକୁ ଲଗାଇ ଥିଲେ। କ୍ରମାଗତ ଭାଵେ କଡ଼ରୁ ଫୁଲ ଫୁଟିବାକୁ ପ୍ରାୟ ୨୦/୨୫ ଦିନ ସମୟ ଲାଗିଥାଏ। ବଗିଚା ରେ ୬ ଟି ବ୍ରହ୍ମକମଳ ପୁଷ୍ପ ଫୁଟିବା ତାଙ୍କର ଓ ପରିବାର ଶ୍ରମ ସାର୍ଥକ ହୋଇଛି ବୋଲି ସେ ଓ ପରିବାର ଲୋକ କହିଛନ୍ତି। ସନ୍ଧ୍ୟାରେ ଫୁଲ ଫୁଟି ଥିବାରୁ ସୁନ୍ଦର ଦୃଶ୍ୟ ଦେଖିବାକୁ ଆଖପାଖର ବହୁ ଲୋକ ଭିଡ ଜମାଉ ଥିବା ଦେଖିବାକୁ ମିଳିଛି। ଏହି ଦୁର୍ଲଭ ଫୁଲ ବଗିଚା ରେ ଫୁଟିବା ଭଗବାନଙ୍କ ପ୍ରତ୍ୟକ୍ଷ ଆଶିର୍ବାଦ ରହିଛି ବୋଲି ବୁଦ୍ଧିଜୀବି ମାନେ କହିବା ସହିତ ବିଶ୍ୱାସ କରି ଗଛଟିକୁ ପୂଜାର୍ଚ୍ଚନା କରା ଯାଉଛି। 

Leave A Reply

Your email address will not be published.