ବଙ୍ଗୋମୁଣ୍ଡା- ବଙ୍ଗୋମୁଣ୍ଡା ଠାରେ ବ୍ଲକ ଗାଁ ସାଥି ସଂଘର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଂଘ ର ସଭାପତି ରତନ ଦୀପ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଗାଁ ସାଥି ମାନଙ୍କ ବିଭିନ୍ନ ସମସ୍ୟା,ଆଗାମୀ ଦିନରେ ଗାଁ ସାଥି ମାନଙ୍କ ଉନ୍ନତି ଉପରେ ମତ ପ୍ରକାଶ ପାଇଥିଲା ।ମହିଳା ମେଟ ଚୟନ ଚିଠି ଉପରେ ରହିତାଦେଶ ଜାରି ହୋଇ ମଧ୍ୟ ସରକାର ବାରମ୍ବାର ଚିଠି କରୁଥିବାରୁ ସରକାରଙ୍କ ବିରୋଧରେ ହାଇକୋର୍ଟରେ ରିଟ ପିଟିସନ ପାଇଁ ଆଲୋଚନା ହୋଇଥିଲା ।ଏଥିରେ ଉପସଭାପତି ବିବେକାନନ୍ଦ ଠାକୁର,ସମ୍ପାଦକ ଗଦାଧର ଶିକା,ସହ ସମ୍ପାଦକ ମଙ୍ଗଲୁ ରଣା,ସଂଯୋଜକ ଯୁଗଲ କିଶୋର ପୁଟେଲ,ଉପଦେଷ୍ଟା ମହାଦେବ ଭୋଇ,ବଶିଷ୍ଠ ସାହୁ,କୁବେର ସାହୁ,ଗଙ୍ଗାଧର ନାଗ,ଗିରିଶ ଚନ୍ଦ୍ର ଦାସ,ହୃଦାନନ୍ଦ ମହାନନ୍ଦ,ପରମେଶ୍ବର ମହାନନ୍ଦ,ବଳରାମ ଥପା, ଗଣେଶରାମ ସୁନା,ସରୋଜ ସୁନା,ନିଲାମ୍ବର ବନଛୋର, ସୁରଭି ନାଗ,ଦମୟନ୍ତି ବିଶି,ପୂର୍ଣ୍ଣିମା ଦଣ୍ଡସେନା,ଭାଲେର ତାଣ୍ଡି,ଲଳିତା କୁମ୍ଭାର,ଚଞ୍ଚଲା ମେହେର,ହରିପ୍ରିୟା ତାଣ୍ଡି ପ୍ରମୁଖଙ୍କ ସହ ଗାଁ ସାଥି ମାନେ ଉପସ୍ଥିତ ଥିଲେ ।