ପୁରାତନ କୀର୍ତ୍ତିରାଜି ସବୁକୁ ଐତିହ୍ୟ ସ୍ଥଳୀର ମାନ୍ୟତା ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରଲେଖିଲେ ସଚେତନ ନାଗରିକ ମଞ୍ଚର ସଭାପତି

ସୁବର୍ଣ୍ଣପୁର- ପବିତ୍ରଦେଵଭୂମି ସୁବର୍ଣ୍ଣପୁର ଠାରେ ରହିଥିବା  ପ୍ରାଚୀନ କୀର୍ତ୍ତିରାଜି ସବୁର ସୁରକ୍ଷା ତଥା ପୁନର ଉଦ୍ଧାର ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ସଚେତନ ନାଗରିକମଞ୍ଚର ସଭାପତିସିତାଂଶୁ ଶେଖରମିଶ୍ର ।

ସୁବର୍ଣ୍ଣପୁରସଦର ମହକୁମାରେ ରହିଥିବା ରାଜବାଟୀ, ଶଶିସେଣା ସ୍ମୃତିପୀଠ,(ନିମୁହିଁ ମନ୍ଦିର),ଦିଲଭାରପୁର ଜଙ୍ଗଲଠାରେ ରହିଥିବା  ବୁଢାରଜା କୋଠା ,ଅର୍ଜୁନପୁର ଜଙ୍ଗଲ ମଧ୍ୟରେ ରହିଥିବା ରଜାକୋଠା ଏବଂ ଛୀନଛାନ୍ ଡୁଙ୍ଗୁରି ଇତ୍ୟାଦି ଐତିହାସିକସ୍ଥଳୀ ସବୁକୁ ଐତିହ୍ୟ ସ୍ଥଳୀର ମାନ୍ୟତା ସହ ସରକାର ତୁରନ୍ତ ଏହାକୁ ହାତକୁ ନେବା ପାଇଁ ସଚେତନ ନାଗରିକ ମଞ୍ଚ ଦାବି କରୁଛି।

ଏନେଇ ପୂର୍ବରୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରୀଆରେ ସୁବର୍ଣ୍ଣପୁର ବାସୀ ଏକ ସ୍ମାରକପତ୍ର ପ୍ରଦାନ ଜରୀଆରେ ଉକ୍ତ ପୀଠ ସବୁ କୁ ଐତିହ୍ୟ ସ୍ଥଳୀର ମାନ୍ୟତା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ।ବର୍ତ୍ତମାନ ସୁଦ୍ଧା କୋଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ପୁଣିଥରେ ସଚେତନ ନାଗରିକ ମଞ୍ଚ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏନେଇ ପତ୍ର ଲେଖିଲେ ବୋଲି ସଚେତନ ନାଗରିକ ମଞ୍ଚର ସଭାପତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.