ଭାଗନେଲେ ୬ ଜିଲ୍ଳାର ପ୍ରତିଯୋଗୀ
ଭଦ୍ରକ- ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଅଷ୍ଟମ ପ୍ରତିଷ୍ଠା ଦିବସ ଭଦ୍ରକ ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ନୋଡାଏ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ଟି ଜିଲ୍ଳାର ଆଦର୍ଶ ବିଦ୍ୟାଳୟର ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଆଜି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟ, ନରେନ୍ଦ୍ର କୁମାର ଦାସ ଏବଂ କାଦମ୍ବରୀ କରଶର୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ରାମଦାସ ଟୁଡ଼ୁ, ଭଦ୍ରକ କେନ୍ଦ୍ରିୟ ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ମିଶ୍ର, ନୋଡାଲ ଆଦର୍ଶ ବିଦ୍ୟାଳୟ ପଳାଶଗଡ଼ିଆର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ଼ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଆଗାମୀ ଭବିଷ୍ୟତ ଶୁଭକାମନା ଜଣାଇବା ସହ ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ମାୟାଧର ସାହୁ, ପ୍ରଣୟ କୁମାର ନାୟକଙ୍କ ସହ ଗଙ୍ଗାଧର ସାହୁ, ବିଜୟ କୁମାର ଜେନା, ଆଦ୍ୟାଶା ମିଶ୍ର, ରଞ୍ଜନ କୁମାର ବେହେରା ପରିଚାଳନା କରିଥିବା ବେଳେ ଅକ୍ଷୟ କୁମାର ହୋତା, ପ୍ରଦିପ୍ତ କୁମାର ଦାସ, ଚାରୁଲତା ମହାପାତ୍ର, ବୈକୁଣ୍ଠ ବିଶ୍ଵାଳ, ମନୋଜ କୁମାର ସାହୁ, ବନଲତା ସାହୁ ପ୍ରମୁଖ ଶିକ୍ଷୟତ୍ରୀ ଶିକ୍ଷକ ସହଯୋଗ କରିଥିଲେ। ଭଦ୍ରକ ଜିଲ୍ଳାର ସମସ୍ତ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀବୃନ୍ଦ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ଆସନ୍ତା କାଲି ଉଦ୍ଯାପନୀ ଉତ୍ସବରେ ପୁରସ୍କୃତ କରାଯିବ।