ଅହିଂସା ରଥ ର  ସ୍ଵାଗତ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ 

 ରାୟଗଡ଼ ବ୍ଲକ ସଦଭାବନା ସଭା ଗୃହ ଠାରେ ଅହିଂସା ରଥ ର ସ୍ଵାଗତ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ ଶତପଥୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସସ୍ମିତା ବାଉରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜାଜ୍ଞସେନୀ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ରାୟଗଡ଼ ବି ଡି ଓ ଲକ୍ଷ୍ମୀନାରାୟଣ ସାବତ, ଏ ବି ଡି ଓ କାଲୁ ଚରଣ ନାୟକ, ଜେମାଦେଇପେଣ୍ଠ ଗୋଷ୍ଠୀ ଜଣ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସୁବୁଦ୍ଧି, ଏ ବି ଇ ଓ ଛବିଲାଲ ସିଂ, ସି ଡି ପି ଓ ମୀନାକ୍ଷୀ ଦାଶ , ଜିପିଇଓ ଗୋପାଳ ପଣ୍ଡା  ତଥା ଜୀବିକା ମିଶନ, ମିଶନ ଶକ୍ତି, ରାୟଗଡ଼ ପୌରପାଳିକା ର କର୍ମକର୍ତ୍ତା  ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଦିନ ଦୁଇଟି ଅହିଂସା ରଥ କୋରାପୁଟ ଠାରୁ ବାହାରି ରାୟଗଡ଼ ଜିଲ୍ଲା ପ୍ରବେଶ କରିବେ । ପ୍ରଥମ ଦିନ ଗୋଟିଏ ରଥ ଟିକିରି, କାଶିପୁର, କଲ୍ୟାଣ ସିଂହପୁର ବ୍ଲକ୍ ଓ ଦ୍ଵିତୀୟ ରଥ ସାନ କୁଟୁଳି, କୁମ୍ଭିକୋଟା ଓ ଗୁମ୍ମା ଦେଇ ରାୟଗଡ଼ ପହଞ୍ଚିବ । ରାସ୍ତାରେ ଅହିଂସା ରଥର ସାଦର ସମ୍ମାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ରହିଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ରାୟଗଡ଼ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ରଥର ସସମ୍ମାନ ସ୍ଵାଗତ କରିବା ସହ ସହର ପରିକ୍ରମା ଓ ଅଶୋକ କଲ୍ୟାଣ ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଏହି ରଥ କେରେଡ଼ା ଅଭିମୁଖେ ଯାତ୍ରା କରି ଅହିଂସାର ବାର୍ତ୍ତା ବହନ କରିବ o ବ୍ୟାପକ ଜନସଚେତନତା ସୃଷ୍ଟି କରିବା ।

  ପ୍ରକାଶ ଥାଉକୀ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅହିଂସା ରଥ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସ୍ୱାଧୀନତା ଦିବସ ଅବସରରେ ଉଦଘାଟିତ ହୋଇ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରିବା ସହ ଅହିଂସାର  ଓ ସମୃଦ୍ଧିର ବାର୍ତ୍ତା ବହନ କରି ଜନସଚେତନତା ସୃଷ୍ଟି କରି ଆସୁଅଛି । ଏହା ରାୟଗଡ଼ ଜିଲ୍ଲାରେ ୧୭ ଠାରୁ ୧୯ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ସମସ୍ତ ବ୍ଲକ୍ ଓ ପୌରାଞ୍ଚଳ ବୁଲି ବ୍ୟାପକ ସଚେତନତା ସୃଷ୍ଟି କରିବ । ସଚେତନତା ରଥର ସ୍ଵାଗତ ନିମନ୍ତେ ଜିଲ୍ଲାବାସୀ ଗଭୀର ଆଗ୍ରହ ପ୍ରକାଶ କରିଥିବା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.